ପୂର୍ବତନ ବିଧାୟକ କିଶୋରଙ୍କ ୨ନମ୍ବର ୱାର୍ଡରେ ସଚେତନତା ଓ ମାସ୍କ ବଂଟନ
କେନ୍ଦ୍ରାପଡ଼ା (ଚିତ୍ତରଞ୍ଜନ ଦାସ) : ପୂର୍ବତନ କେନ୍ଦ୍ରାପଡା ବିଧାୟକ କିଶୋର ଚନ୍ଦ୍ର ତରାଇଙ୍କ ପକ୍ଷରୁ ପୈାରାଚଂଳ ଅନ୍ତର୍ଗତ ୨ନମ୍ବର ୱାର୍ଡରେ କରୋନା ମହାମାରୀ ସମ୍ପର୍କରେ ଲୋକମାନଙ୍କୁ ସଚେତନ କରିବା ସହିତ ମାସ୍କ ବଂଟନ କରିଛନ୍ତି । ସରକାରଙ୍କ କୋଭିଡ – ୧୯ ନିୟମର ପାଳନ କରି ନିଜ ନିଜ ମଧ୍ୟରେ ସାମାଜିକ ଦ୍ୱରତା ରକ୍ଷା କରିବା, ହାତକୁ ବାରମ୍ବାର ସାବୁନରେ ଧୋଇବା ଓ ନିତ୍ୟାନ୍ତ ଆବଶ୍ୟକ ନହେଲେ ଘରୁ ବାହାରକୁ ନବାହାରିବାକୁ ପରାମର୍ଶ ଦେଇଥିଲେ । ଅନ୍ୟ ପ୍ରତିନିଧିମାନେ ଲୋକମାନଙ୍କ ସୁବିଧା ଅସୁବିଧା ସମ୍ପର୍କରେ ବୁଝିବାକୁ ଆସୁନଥିବା ବେଳେ ପୂର୍ବତନ ବିଧାୟକ ତରାଇ ଲୋକଙ୍କ ପାଖକୁ ଏଭଳି ଅସମୟରେ ଆସି ସେମାନଙ୍କ ସୁଖଦୁଃଖରେ ସାମିଲ ହୋଇ ପାରିଛନ୍ତି । ପୂର୍ବତନ ବିଧାୟକ ତରାଇଙ୍କ ଏଭଳି କାର୍ଯ୍ୟକୁ ସାଧାରଣରେ ଲୋକମାନେ ପ୍ରସଂଶା କରିଥିବା ଦେଖାଯାଇଛି ।ତରାଇଙ୍କ ସହିତ ରଞ୍ଜନ ସାହୁ, ବାନାମ୍ବର ସେଠୀ, ସମାଜସେବୀ ନିରଞ୍ଜନ ପଟ୍ଟନାୟକ, ବାବାଜୀ ସାହୁ, ଗୈାତ୍ତମ ସ୍ୱାଇଁ, ଜିଲ୍ଲା କୃଷକ ବିଜେଡି ସଭାପତି ସୈାମେନ୍ଦ୍ର କୁମାର ଦାସ, ମମତା ସେଠୀ, ପିଙ୍କି ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।