ପୂର୍ବତନ ବିଧାୟକ କିଶୋରଙ୍କ କରୋନା ସଚେତନତା ଓ ମାସ୍କ ବଂଟନ
କେନ୍ଦ୍ରାପଡା (ଚିତ୍ତରଞ୍ଜନ ଦାସ) : ପୂର୍ବତନ ବିଧାୟକ କିଶୋର ଚନ୍ଦ୍ର ତରାଇ କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ବଗଡା ପଂଚାୟତର ତୁଣପୁର, କଚେରିପଡା, ବଡନାଇଁପୁର, ସାନ ନାଇଁପୁର ପ୍ରଭୃତି ବିଭିନ୍ନ ଗ୍ରାମରେ ବୁଲି ଲୋକମାନଙ୍କୁ କରୋନା ମହାମାରୀ ସମ୍ପର୍କରେ ସଚେତନତା କରିବା ସହିତ ମାସ୍କ ବଂଟନ କରିଛନ୍ତି । ପୂର୍ବତନ ବିଧାୟକ ତରାଇଙ୍କ ସହିତ ପୂର୍ବତନ ପଂଚାୟତ ସଭାପତି ସୁରେଶ ଚନ୍ଦ୍ର ସାହୁ, ନିରଞ୍ଜନ ଶତପଥୀ, କୈଳାସ ମଲ୍ଲିକ, ପୂର୍ବତନ ସରପଂଚ ସୁଜିତ ବେହେରା, ଶ୍ରୀନିବାସ ମଲ୍ଲ, ପୂର୍ବତନ ନାୟବ ସରପଂଚ କୁଞ୍ଜ ବିହାରୀ ଓଝା, ନୃସିଂହ ରାଉତ, ପ୍ରଭାତ କୁମାର ଜେନା, ବିଜୁ ଯୁବ ବାହିନୀ ସଭାପତି ଶ୍ରୀକାନ୍ତ କୁମାର ଜେନା ପ୍ରମୁଖ ଉପସ୍ଥିତ ଥିଲେ । ଏଥିସହିତ ପୂର୍ବତନ ବିଧାୟକ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନରେ କରୋନା ଯୋଦ୍ଧାମାନଙ୍କୁ ସମ୍ମାନ ଜଣାଇବା ଉଦେଶ୍ୟରେ ଦୁହୁରିଆ ନିକଟସ୍ଥ ଗୈାରୀଶଙ୍କର ହୋଟେଲ ନିକଟରେ ବନ୍ଦେ ଉତ୍କଳ ଜନନୀ ଗାନ କରିଥିଲେ । ତାଙ୍କ ସହିତ ବିଜୁ କୃଷକ ଜନତା ଦଳର ଜିଲ୍ଲା ସଭାପତି ସୈାମେନ୍ଦ୍ର ଦାସ,ଜିଲ୍ଲା ଯୁବ ବିଜେଡି କାର୍ଯ୍ୟକାରୀ ସଭାପତି ସରୋଜ ସାହୁ, ସେକ ଅଞ୍ଜନ, ଗୈାତ୍ତମ ସ୍ୱାଇଁ ପ୍ରମୁଖ ଯୋଗଦେଇ ବନ୍ଦେ ଉତ୍କଳ ଜନନୀ ଗାନ କରିଥିଲେ ।