ପୂର୍ବତନ ବିଧାୟକ ୰ ରମେଶ ଜେନାଙ୍କ ଏକାଦଶାହ ଶ୍ରଦ୍ଧାଞ୍ଜଳି ସଭା

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଅନୁଗୁଳର ପୂର୍ବତନ ବିଧାୟକ ବରିଷ୍ଠ କଂଗ୍ରେସ ନେତା ତଥା ଟ୍ରେଡ୍ ୟୁନିୟନର ବରିଷ୍ଠ ସଦସ୍ୟ ୰ ରମେଶ ଚନ୍ଦ୍ର ଜେନାଙ୍କ ଶ୍ରଦ୍ଧାଞ୍ଜଳି ସଭା ସ୍ଥାନୀୟ ଶ୍ରୀରାମ ନଗର ଠାରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଶ୍ରଦ୍ଧାଞ୍ଜଳି ସଭାରେ ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନର ମୁଖପାତ୍ର ଅରବିନ୍ଦ ତ୍ରିପାଠୀ ସ୍ମୃତିଚାରଣ ପୂର୍ବକ ମତବ୍ୟକ୍ତ କରିଥିଲେ ଯେ, ୰ ଜେନା ଙ୍କ ସମାଜସେବା, ପରୋପକାର ପ୍ରମୁଖ ମତହ କାର୍ଯ୍ୟ ଚିରଦିନ ପାଇଁ ସ୍ମୃତିପଟ୍ଟରେ ରହିବ । ଅନୁଗୁଳ ଜିଲ୍ଲାର ବିଧାୟକ ଭାବେ ତାଙ୍କର ବିଭିନ୍ନ ପ୍ରକାର ଉନ୍ନୟନ ମୂଳକ କାର୍ଯ୍ୟ ଅନ୍ୟମାନଙ୍କୁ ସଦାସର୍ବଦା ପ୍ରେରିତ କରିବ ବୋଲି ଶ୍ରଦ୍ଧାଞ୍ଜଳି ସଭାରେ ମତବ୍ୟକ୍ତ କରାଯାଇଥିଲା । ଅନ୍ୟ ବ୍ୟକ୍ତିତ୍ୱମାନଙ୍କ ମଧ୍ୟରେ ତାଙ୍କ ସୁକନ୍ୟା ସବିତା ରାଣୀ ଜେନା, ରାଜେଶ ସାମନ୍ତରାୟ, ସୂର୍ଯ୍ୟନାରାୟଣ ମହାରଣା, ସମୀର ମହାପାତ୍ର, ତୃପ୍ତି ମିଶ୍ର, ଭାଗ୍ୟଲତା, ସୁଚିସ୍ମିତା ପ୍ରମୁଖ ଯୋଗଦେଇ ତାଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ପ୍ରାର୍ଥନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ