ପୂର୍ବତନ ବ୍ଲକ ଅଧ୍ୟକ୍ଷଙ୍କ ବିୟୋଗରେ ଶୋକସଭା
ଛତ୍ରପୁର,(ଦେବଦତ୍ତ ମହାରଣା): କୋଭିଡ୍-୧୯ର ନିୟମକୁ ପାଳନ କରି ସାମାଜିକ ଦୂରତା ବଜାୟ ରଖି ପଣ୍ଡିତ ନୀଳକଣ୍ଠ ଉତ୍କଳ ଏକାଡ଼େମୀ ମହାବିଦ୍ୟାଳୟ ପରିସରରେ ଛତ୍ରପୁର ବ୍ଲକର ପୁର୍ବତନ ଅଧ୍ୟକ୍ଷ ତଥା ମହାବିଦ୍ୟାଳୟର ପରିଚାଳନା ପରିଷଦର ସଭ୍ୟ ସ୍ୱର୍ଗତ ଇରେଶୁ ଆଚାରୀଙ୍କ ବିୟୋଗରେ ଏକ ଶୋକସଭା ମହାବିଦ୍ୟାଳୟର ଅଧ୍ୟକ୍ଷ ଡ.ରାଜେନ୍ଦ୍ର କୁମାର ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପ୍ରଦୀପ କୁମାର ପଣ୍ଡା, ସୂର୍ଯ୍ୟନାରାୟଣ ଡାକୁଆ, ତାପସ କୁମାର ଦାସ, ରାଜେନ୍ଦ୍ର ବେହେରା ଏବଂ ଅନ୍ୟାନ୍ୟ କର୍ମଚାରୀମାନେ ଉପସ୍ଥିତ ରହି ତାଙ୍କର ଅମର ଆତ୍ମାର ସଦଗତି ନିମନ୍ତେ ଦୁଇ ମିନିଟ ନିରବ ପ୍ରାର୍ଥନା ପୂର୍ବକ ତାଙ୍କର ଗୁଣଗାନ କରାଯାଇଥିଲା ।