କରୋନା ପଜିଟିଭ ଚି଼ହ୍ନଟପରେ ଆର୍ଯ୍ୟପଲ୍ଲୀ ସରପଞ୍ଚଙ୍କ ଜିଲ୍ଲାପାଳ କ୍ଷମତା ପ୍ରୟୋଗ

ଛତ୍ରପୁର,(ଦେବଦତ୍ତ ମହାରଣା) : ମହାମାରୀ କରୋନା ପ୍ରକୋପ ସାରା ବିଶ୍ୱରେ ଆତଙ୍କ ସୃଷ୍ଟି କରିଛି।ଏହି ମାରାତ୍ମକ ଅଦୃଶ୍ୟ ଭୁତାଣୁର ପଞ୍ଜାରେ ଲକ୍ଷାଧିକ ଲୋକଙ୍କ ଧନ ଜୀବନ ମୃତ୍ୟୁ ମୁହଁକୁ ଠେଲି ହୋଇ ଯାଇଛି।ଓଡ଼ିଶାରେ  ଏହାର ବାସ୍ତବ ସ୍ୱରୂପ ଦେଖା ଦେଇଛି।କରୋନାର ଅବସ୍ଥିତି ପ୍ରତି ମୁହୂର୍ତ୍ତରେ ଧନ ଜୀବନ କୁ ପ୍ରଭାବିତ କରି ଏକ ବିଷମ ପରିସ୍ଥିତି ସୃଷ୍ଟି କରିଛି।ତଥାପି ଏହାକୁ ମୁକାବିଲା କରିବା ପାଇଁ ରାଜ୍ୟ ସରକାରଙ୍କ ପଦକ୍ଷେପକୁ ଆଗ ଧାଡ଼ିର କରୋନା ଯୋଦ୍ଧାସମୂହ ମଙ୍ଗ ଧରି ସାଧାରଣ ଲୋକଙ୍କ ଧନ ଜୀବନ ସୁରକ୍ଷା ଦିଗରେ ଆପ୍ରାଣ ଉଦ୍ୟମ ଜାରି ରଖିଛନ୍ତି। ସେହିପରି ଗଞ୍ଜାମ ଜିଲ୍ଲାପ୍ରଶାସନ ପକ୍ଷରୁ ମଧ୍ୟ କରୋନା ଭୁତାଣୁ  ଦାଉ ରୁ ଲୋକେ କିପରି ସୁରକ୍ଷା ରହିବେ ଏବଂ ଦୁରେଇ ରହିବେ ଏହାକୁ ଦୃଷ୍ଟି ରେ  ରଖି ଏକାଧିକ କାର୍ଯ୍ୟକ୍ରମ କରାଯାଉଛି l  ଜିଲ୍ଲାର ସବୁ ବର୍ଗ ଯୋଦ୍ଧା ମାନଙ୍କ ଠାରୁ ଆରମ୍ଭ କରି ସମସ୍ତ ବିଭାଗ ର ଅଫିସର ଓ କର୍ମଚାରୀ ମାନେ ଦିନ ରାତି ଏକ କରି ଜିଲାରେ କରୋନା ଚେନ କୁ ରୋକିବା ନିମନ୍ତେ କାର୍ଯ୍ୟ କରୁଛନ୍ତି l ଜିଲାରେ ଏବେ କରୋନା ଆକ୍ରାନ୍ତ ସଂଖ୍ୟା କମିବାରେ ଲାଗିଲାଣି ଏବଂ  ବହୁ ଆକ୍ରାନ୍ତ ମାନେ ସୁସ୍ଥ ହେଲେଣି l ରାଜ୍ୟ ସରକାରଙ୍କ ପକ୍ଷରୁ ପୂର୍ଵ ରୁ ସରପଞ୍ଚ ମାନଂକୁ ଜିଲ୍ଲାପାଳ କ୍ଷମତା ପ୍ରଦାନ କରାଯାଇଛି l ଜିଲ୍ଲାରେ ପଂଚାୟତ ର ସରପଞ୍ଚ ମାନେ ସେମାନଙ୍କ ଜିଲ୍ଲାପାଳ କ୍ଷମତା ପ୍ରୟୋଗ କରି ଲୋକଙ୍କ ସୁରକ୍ଷା ନିମନ୍ତେ ବହୁ କାର୍ଯ୍ୟକ୍ରମ କରୁଛନ୍ତି l  ସେହିପରି ମଙ୍ଗଳବାର ଛତ୍ରପୁର ବ୍ଲକ  ଅନ୍ତର୍ଗତ ଆର୍ଯ୍ୟପଲ୍ଲୀ ଗ୍ରାମ ପଂଚାୟତ ର ସରପଞ୍ଚ ଏମ. ଲଷ୍ମୀ ଜିଲ୍ଲାପାଳ କ୍ଷମତା ପ୍ରୟୋଗ କରି ଆଜି ଠାରୁ ଅଗଷ୍ଟ ୩୦ତାରିଖ ପର୍ଯ୍ୟନ୍ତ ଗୋପାଳପୁର ପୋର୍ଟ ଛକ ଠାରୁ ମେଇନ ରୋଡ଼ ଆର୍ଯ୍ୟପଲ୍ଲୀ ପର୍ଯ୍ୟନ୍ତ ସଟ ଡାଉନ ଘୋଷଣା କରିଛନ୍ତି l ଯେହେତୁ ବଡ଼ ଆର୍ଯ୍ୟପଲ୍ଲୀ ଗ୍ରାମ ର ବହୁ ବ୍ୟକ୍ତି କରୋନା ପଜିଟିଭ ଚି଼ହ୍ନଟ ହୋଇଥିବା ରୁ ଲୋକଙ୍କ ସୁରକ୍ଷା କୁ ଦୃଷ୍ଟି ରେ ରଖି ଆର୍ଯ୍ୟପଲ୍ଲୀ  ସରପଞ୍ଚ ଏହି ଘୋଷଣା କରିଛନ୍ତି l ଏହାସହିତ ଏହି ଅଂଚଳବାସୀ ମାନେ ଅଯଥା ରେ ବାହାରେ ନବୁଲିବା ନିମନ୍ତେ କୁହାଯାଇଛି l ଏହି ସଟ ଡାଉନ ସମୟରେ ଅଂଚଳ ର ଲୋକମାନେ ସୀମା ବାହାରକୁ ନଯିବା ନିମନ୍ତେ କୁହାଯାଇଛି ଏବଂ ବାହାର ଲୋକମାନେ ସୀମା ଭିତର କୁ ପ୍ରବେଶ ନକରିବାକୁ କୁହାଯାଇଛି l ଦୋକାନ ବଜାର ବନ୍ଦ କରିବାକୁ ମଧ୍ୟ କୁହାଯାଇଛି l ଏହି ପରିପ୍ରେକ୍ଷୀ ରେ ଉକ୍ତ ଅଂଚଳ କୁ ସରପଞ୍ଚ ଏମ. ଲଷ୍ମୀ, ପିଇଓ ଦୁର୍ଯ୍ୟୋଧନ ମହାନ୍ତି, ଜିଆରଏସ  କାମରାଜୁ ଓ  ପୂର୍ବତନ ନାଏବ ସରପଞ୍ଚ ଏମ. ଗୁମାଲି ପ୍ରମୁଖ ଉପସ୍ଥିତ ରହି  ବାରିକେଟ ବାନ୍ଧି ସିଲ କରାଯାଇଛି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ