ପୂର୍ବତନ ବ୍ଲକ ଅଧ୍ୟକ୍ଷ ସ୍ୱର୍ଗତ ସିମାଞ୍ଚଳ ରେଡ୍ଡୀଙ୍କ ୧୨ତମ ଶ୍ରାଦ୍ଧବାର୍ଷିକୀ ଅବସରରେ ସ୍ମୃତି ସଭା
ଛତ୍ରପୁର, (ଦେବଦତ୍ତ ମହାରଣା):ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ଲଢୁଆ ସଂଗ୍ରାମୀ ନେତା ତଥା ପୂର୍ବତନ ଛତ୍ରପୁର ବ୍ଲକ ଅଧ୍ୟକ୍ଷ ସ୍ୱର୍ଗତ ଏନ.ସିମାଞ୍ଚଳ ରେଡ୍ଡୀ ଙ୍କ ୧୨ତମ ଶ୍ରାଦ୍ଧ ବାର୍ଷିକୀ ଅବସରରେ ଗୁରୁବାର ଚମାଖଣ୍ଡି ସ୍ଥିତ ଦଳୀୟ କାର୍ଯ୍ୟାଳୟ ପରିସରରେ ଶ୍ରମିକ ନେତା ଦୁର୍ଯ୍ୟୋଧନ ନାହାକଙ୍କ ପୈାରହିତ୍ୟରେ ଏକ ସ୍ମୃତି ସଭା ଅନୁଷ୍ଠିତ ହୋଇଯାଇଛି ।ଏଥିରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ଜିଲ୍ଲା ସହ-ସମ୍ପାଦକ ନୀଳକଣ୍ଠ ଦାଶ, ଚମାଖଣ୍ଡି ଜୋନାଲ ସମ୍ପାଦକ ସିଏଚ.ଜନାର୍ଦ୍ଦନ ରେଡ୍ଡୀ, ସହ-ସମ୍ପାଦକ ଏନ.ଗିରିଜା ପ୍ରସାଦ ରେଡ୍ଡୀ ଓ ଗୁରୁନାଥ ପ୍ରଧାନ, ଛତ୍ରପୁର ଜୋନାଲ ସମ୍ପାଦକ ଡି. ଆଦିନାରାୟଣ ରେଡ୍ଡୀ, ବିକେଏମୟୁ ନେତା ସିମାଞ୍ଚଳ ସାହୁ , ପ୍ରଫୁଲ କୁମାର ପାଣିଗ୍ରାହୀ , ଅଖିଳ ଭାରତ ଯୁବସଂଘର ଜିଲ୍ଲା ସଭାପତି କାମଦେବ ନାହାକ, ଶ୍ରମିକ ନେତା କେ.ଗଣେଷ ରେଡ୍ଡୀ, ଏସ.ତ୍ରିନାଥ ରେଡ୍ଡୀ, ନବୀନ ଗୈାଡଙ୍କ ସମେତ ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ବହୁ ଦଳୀୟ ନେତା ଓ କର୍ମୀ ମାନେ ଯୋଗଦେଇ ପୂର୍ବତନ ବ୍ଲକ ଅଧ୍ୟକ୍ଷ ସ୍ୱର୍ଗତ ରେଡ୍ଡୀଙ୍କ ସ୍ମୃତି ଚାରଣ କରିଥିଲେ । ପ୍ରାରମ୍ଭରେ ଦଳୀୟ ନେତା ଓ କର୍ମୀ ମାନେ ସ୍ୱର୍ଗତ ରେଡ୍ଡୀ ଙ୍କ ସ୍ମୃତି ସ୍ତମ୍ଭ ନିକଟରେ ପୁଷ୍ପଗୁଚ୍ଛ ପ୍ରଦାନ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ।