ପୂର୍ବତନ ମନ୍ତ୍ରୀଙ୍କ ବିୟୋଗରେ  ଖେମୁଣ୍ଡି ଓକିଲ ସଂଘ ପକ୍ଷରୁ ଶୋକସଭା

ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ପୂର୍ବତନ ମନ୍ତ୍ରୀ ରାମକୃଷ୍ଣ ପଟ୍ଟନାୟକ ଙ୍କ ବିୟୋଗରେ ଶୁକ୍ରବାର ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି ଓକିଲ ସଂଘ ର ସ୍ଥାୟୀ ସଭା ଗୃହରେ ଏକ ଶୋକସଭା ଆୟୋଜିତ ହୋଇଥିଲା। ତାଙ୍କ ଅମ୍ଳାନ ପ୍ରତିଭାର ସ୍ମୃତି ଚାରଣ କରାଯିବା ସହ ଅମର ଆତ୍ମାର ସଦ୍ ଗତି କାମନା କରାଯାଇ ଶୋକ ସନ୍ତପ୍ତ ପରିବାର ବର୍ଗ ଙ୍କୁ ସମବେଦନା ଜ୍ଞାପନ କରାଯାଇଥିଲା।  ସଂଘ ସଭାପତି ପରେଶ ଚନ୍ଦ୍ର ରଥ ଶୋକ ସଭାରେ  ସଭାପତିତ୍ୱ କରିଥିଲେ।ସମଗ୍ର ଓଡ଼ିଶା ତଥା ଗଞ୍ଜାମ ଜିଲ୍ଲା ର ସାମଗ୍ରିକ ବିକାଶ  ତାଙ୍କୁ ଚୀର ସ୍ମରଣୀୟ କରି ରଖିବ ବୋଲି ସଭାରେ ବହୁ ବକ୍ତା ମତ ପ୍ରକାଶ କରିଥିଲେ।ଶୋକ ସଭାରେ ଆଇନଜୀବି ସୂର୍ଯ୍ୟନାରାୟଣ ସାହୁ, ଏ.ସମେଶ୍ୱର ରାଓ,ଲକ୍ଷ୍ମୀନାରାୟଣ ପାଢ଼ୀ, ଚନ୍ଦ୍ରଧ୍ଵଜ ସିଂହ,  ରସାନନ୍ଦ ରାଉତ,  ହରପ୍ରସାଦ ରଥ, ସନ୍ତୋଷ କୁମାର ସାହୁ, ହେମନ୍ତ କୁମାର ପାଣିଗ୍ରାହୀ, ଅଶେଷ ନାଥ ମିଶ୍ର,ରାଜେନ୍ଦ୍ର କୁମାର ତ୍ରିପାଠୀ, ପ୍ରହଲ୍ଲାଦ ପ୍ରଧାନ, ମନୋରଞ୍ଜନ ପଣ୍ଡା, ନକୁଳ ପ୍ରଧାନ, ପ୍ରଦୀପ କୁମାର ନାୟକ, ଶରତ କୁମାର ମିଶ୍ର  ପ୍ରମୁଖ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ