ପୂର୍ବତନ ସରପଂଚଙ୍କୁ ମାସିକ ୫ହଜାର ଭତ୍ତା ପ୍ରଦାନ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ସ୍ମାରକପତ୍ର ପ୍ରଦାନ

କେନ୍ଦ୍ରାପଡା – ପୂର୍ବତନ ସରପଂଚମାନଙ୍କୁ ମାସିକ ଅନ୍ୟୁନ ୫ହଜାର ଟଙ୍କା ଭତ୍ତା ପ୍ରଦାନ କରାଯିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି । ଦେଶ ସ୍ୱାଧୀନତାର ୭୩ବର୍ଷ ବିତି ଯାଇଥିଲେ ମଧ୍ୟ ଦେଶର ପୂର୍ବତନ ସରପଂଚ(ଲୋକ ପ୍ରତିନିଧି)ମାନଙ୍କ ପାଇଁ ସମ୍ମାନ ସୂଚକ ଭତ୍ତା ପ୍ରଦାନର ନିୟମ ପ୍ରଣୟନ କରାଯାଇନଥିବା ବେଳେ ସମାଜର ସବୁ ସ୍ତରର ଅର୍ଥାତ ବୃଦ୍ଧ,ବୃଦ୍ଧା,ଅର୍କମଣ୍ୟଙ୍କ ଠାରୁ ଆରମ୍ଭକରି ସମସ୍ତଙ୍କ ପାଇଁ ଏଭଳି ବ୍ୟବସ୍ଥା କାର୍ଯ୍ୟକାରୀ ହୋଇଛି । ସମ୍ବିଧାନ ଗଠନ ଦିନଠାରୁ ତଳସ୍ତରରେ ସେହି ସମ୍ବିଧାନକୁ କାର୍ଯ୍ୟକାରୀ କରିବାରେ ସରପଂଚ(ଲୋକ ପ୍ରତିନିଧି)ମାନେ କଷ୍ଟସାଧ୍ୟ ଭାବରେ କାର୍ଯ୍ୟରତ ଥିବା ସହିତ ତଳ ସ୍ତରର ବାଧା, ଦାରିଦ୍ର‌୍ୟତା, ରାଜନୈତିକ ଗୋଷ୍ଠି କନ୍ଦଳ, ଗ୍ରାମ୍ୟ ବିବାଦର ସମାଧାନ କରିବାରେ ସେମାନେ ପ୍ରମୂଖ ଭୂମିକା ଗ୍ରହଣ କରିଥାନ୍ତି । ଏଥିସହିତ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ଗୁଡିକୁ ତଳ ସ୍ତରରେ କାର୍ଯ୍ୟକାରୀ କରାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରୁଥିବା ବେଳେ ଆଜିର ଚାକଚକ୍ୟ ଦୁନିଆରେ ସେମାନେ ଅବହେଳିତ ହୋଇ ଦାରିଦ୍ର‌୍ୟତାର ଶିକାର ହେଉଛନ୍ତି । ରାଜ୍ୟ ସରକାରଙ୍କ ନିକଟରେ ଏଥି ପାଇଁ ବାରମ୍ବାର ଦାବି ଓ ବିକ୍ଷୋଭ ପରେବି ସେ କର୍ଣ୍ଣପାତ କରୁନଥିବାରୁ କେନ୍ଦ୍ର ସରକାର ଏବଂ ପ୍ରଧାନମନ୍ତ୍ରୀ ଏସମ୍ପର୍କରେ ସୁବିଚାର ପୂର୍ବକ ପୂର୍ବତନ ସରପଂଚମାନଙ୍କୁ ମାସିକ ଅନ୍ୟୁନ୍ୟ ୫ହଜାର ଟଙ୍କା ଭତ୍ତା ପ୍ରଦାନ ନିମନ୍ତେ ବ୍ୟବସ୍ଥା କରିବାକୁ ପୂର୍ବତନ ସରପଂଚ ବସନ୍ତ ଘୋଷାଲ,ରାଜନ ପ୍ରସାଦ ଥାଟୋଇ,ଅଙ୍କୁର ମଲ୍ଲିକ ପ୍ରମୁଖ ପ୍ରଧାନମନ୍ତ୍ରୀଙ୍କ ଉଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ