ପୂର୍ବତନ ସରପଂଚଙ୍କ ମାତୃ ବିୟୋଗ
ନାଉଗାଁ,(ଓ୍ବାଇଏନ୍ଏସ୍): ନାଉଗାଁ ବ୍ଳକ ଅଲଣା ପଂଚାୟତ ପୂର୍ବତନ ସରପଂଚ ନବକିଶୋର ମହାନ୍ତିଙ୍କ ମାଆ ମନୋରମା ମହାନ୍ତି(୮୮)ଙ୍କର ବେଣାପଡା ଗ୍ରାମସ୍ଥିତ ବାସଭବନରେ ସୋମବାର ସକାଳ ସମୟରେ ପରଲୋକ ଘଟିଛି । ସ୍ୱର୍ଗତା ମନୋରମା ଜଣେ ଧାର୍ମିକ, ପରୋପକାରୀ, ମିଷ୍ଟ୍ଭାଷୀ ମହିଳା ଥିଲେ । ତାଙ୍କର ମୃତ୍ୟୁ ଖବର ପଚାର ହେବା ପରେ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଛେଳି ଯାଇଛି । ତାଙ୍କ ମରଶରୀରକୁ ପୁରୀ ସ୍ୱର୍ଗଦ୍ୱାରରେ ଶେଷକୃତ୍ୟ ସମ୍ପନ୍ନ କରାଯାଇଛି । ବଡ ପୁଅ ନବକିଶୋର ମୁଖାଗ୍ନୀ ଦେଇଥିବା ବେଳେ ପୁଅ ନାରାୟଣ ଓ ରବିନ୍ଦ୍ର ଉପସ୍ଥିତ ଥିଲେ ।