ପୂର୍ବତନ ସ୍କୁଲ ସବ୍ଇନିସ୍ପେକ୍ଟରଙ୍କ ପରଲୋକ
ଜାରକା (ଜୁଗାବ୍ଦ ନ୍ୟୁଜ୍): ଧର୍ମଶାଳା ବ୍ଲକ ଥାନୁଆଳ ପଞ୍ଚାୟତ ମୁରାରିପୁର ଗ୍ରାମର ଅବସରପ୍ରାପ୍ତ ସ୍କୁଲ ଏସ୍ଆଇ ନବକିଶୋର ତ୍ରିପାଠୀଙ୍କ ୮୫ ବର୍ଷ ବୟସରେ ପରଲୋକ ହୋଇଛି । ସ୍ୱର୍ଗତ ତ୍ରିପାଠୀ କିଛିଦିନ ହେଲା ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡିତ ଥିଲେ । ସେ ସ୍କୁଲ୍ ଏସ୍ଆଇ ଭାବେ ଦକ୍ଷତାର ସହ କାର୍ଯ୍ୟ କରିଥିବା ବେଳେ ଜଣେ ପରୋପକାରୀ ଓ ଧର୍ମପରାୟଣ ବ୍ୟକ୍ତି ଥିଲେ । ତାଙ୍କ ବିୟୋଗ ଖବର ପାଇ ସ୍ଥାନୀୟ ଅଞ୍ଚଳର ବହୁ ବ୍ୟକ୍ତି ଶେଷଦର୍ଶନ କରିଥିଲେ । ମୃତ୍ୟୁଶଯ୍ୟା ନିକଟରେ ପୁଅବୋହୁ, ପରିବାରବର୍ଗ ଓ ଆତ୍ମୀୟସ୍ୱଜନ ଉପସ୍ଥିତ ଥିଲେ । ଗ୍ରାମସ୍ଥିତ ଶ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା । ଏକମାତ୍ର ପୁଅ ଅସୀତ୍ ମୁଖାଗ୍ନି ଦେଇଥିଲେ । ସ୍ୱର୍ଗତ ତ୍ରିପାଠୀଙ୍କ ବିୟୋଗରେ ଧର୍ମଶାଳା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।