ପୂର୍ବତନ ସ୍ଵତନ୍ତ୍ର ସଚିବ ନିରୁପମା ମଲ୍ଲିକ ବିଜେଡ଼ି ରେ ଯୋଗଦେଲେ
ଫୁଲବାଣୀ, (ସୁନିଲ କୁମାର ବେହେରା):ବିଜୁ ମହିଳା ଜନତା ଦଳ କନ୍ଧମାଳ ପକ୍ଷରୁ ଜିଲାସ୍ତରୀୟ ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଛି। ଏହି ବୈଠକ ରେ ଆଜି ପୂର୍ବତନ ସ୍ଵତନ୍ତ୍ର ସଚିବ ନିରୁପମା ମଲ୍ଲିକ ବିଜେଡ଼ି ରେ ଯୋଗଦାନ କରିଛନ୍ତି। ଆଜି ବୈଠକ ରେ ରଜ୍ୟ ମହିଳା ବିଜୁ ଜନତା ଦଳ ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ,ମାନ୍ୟବର କନ୍ଧମାଳ ସାଂସଦ ଶ୍ରୀଯୁକ୍ତ ଅଚ୍ୟୁତ ସାମନ୍ତ, ଜି ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ, ଫୁଲବାଣୀ ବିଧାୟକ ଅଙ୍ଗଦ କହଁର,ବାଲିଗୁଡ଼ା ବିଧାୟକ ଚକ୍ରମଣି କହଁର ଜିଲ୍ଲା ପର୍ଯ୍ୟବେକ୍ଷକ ଶ୍ରୀଯୁକ୍ତ ବିଜୟ ନାୟକ, ଜିଲ୍ଲା ସଭାପତି ସରୋଜ କର୍ଣ ମହିଳା ସଭାନେତ୍ରୀ ପୁନମ କହଁର ଙ୍କ ଉପସ୍ଥିତି ରେ ଆନୁଷ୍ଠାନିକ ଭାବେ ବିଜୁ ଜନତା ଦଳ ରେ ସାମିଲ୍ ହୋଇଛନ୍ତି। ଶ୍ରୀମତି ମଲ୍ଲିକ ଙ୍କୁ ପୁଷ୍ପ ଗୁଛ ଓ ଉତ୍ତରୀୟ ଦେଇ ଦଳରେ ସାମିଲ୍ କରିଥିଲେ ସମସ୍ତେ। ସେ ଜଣେ ଦକ୍ଷ ପ୍ରଶାସିକା । ଚାକିରି ରୁ ଅବସର ପରେ ସେ କନ୍ଧମାଳ ଜିଲ୍ଲାର ଲୋକଙ୍କ ସେବା କରିବା ପାଇଁ ରାଜନୀତି ରେ ଯୋଗ ଦେଇଥିବା କହିଛନ୍ତି। ତାଙ୍କୁ ଦଳରେ ସାମିଲ୍ କରିବା ପରେ ଦଳ ମଜବୁତ୍ ହେବ ଓ ସେ ଦଳ ପାଇଁ ବହୁତ୍ ଭଲ କାମ କରିବେ ବୋଲି ଜିଲ୍ଲା ସଭାପତି ଜିଲ୍ଲା ପ୍ରଭାରୀ ଆଶା ରଖିଛନ୍ତି।