ପୂର୍ବ ଶତୃତାକୁ କେନ୍ଦ୍ରକରି ଗଣ୍ଡଗୋଳ: ୨ ମାମଲା ରୁଜ୍ଜୁ

ବନ୍ତ, (ଯୁଗାବ୍ଦ ନ୍ୟୁଜ୍) : ବନ୍ତ ବ୍ଲକ ଛୟାଳସିଂ ପଞ୍ଚାୟତ ଦୋଳପଦୀ ଗ୍ରାମର ଜନୈକ ହରିଜନ ମହିଳାଙ୍କୁ ମଙ୍ଗୁଲି ଗ୍ରାମର କିଛି ସବର୍ଣ୍ଣ ବ୍ୟକ୍ତି ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିବା, ଜାତିଆଣ ଆକ୍ଷେପ ସହ ଘର ଭାଙ୍ଗିବା ନେଇ ଥାନାରେ ଅଭିଯୋଗ ହେବା ନେଇ ଆଗରପଡା ଥାନାରେ ମାମଲା ରୁଜ୍ଜୁ ହୋଇଛି । ଅଭିଯୋଗରୁ ପ୍ରକାଶ ଯେ, ଦୋଳପଦୀ ଗ୍ରାମର ସ୍ୱର୍ଣ୍ଣଲତା ଯେନା ସ୍ୱାମୀ ମହେଶ୍ୱରଙ୍କୁ ମଙ୍ଗୁଲି ଗ୍ରାମର ଗୋଲକ ଘଡ଼େଇ, ରବିନ୍ଦ୍ର ଘଡ଼େଇ, ଲିକୁ ଘଡ଼େଇ, ବାୟା ଘଡ଼େଇଙ୍କ ସମେତ କିଛି ଲୋକ ଗତ ରବିବାର ସନ୍ଧ୍ୟା ସମୟରେ ପୂର୍ବ ଶତୃତାକୁ ନେଇ ସଂଘବଦ୍ଧ ଭାବେ ବିଭିନ୍ନ ମାରଣାସ୍ତ୍ର ସାହାଯ୍ୟରେ ଆକ୍ରମଣ କରିଥିଲେ । ଏଥିରେ ସ୍ୱର୍ଣ୍ଣଲତା ଆହତ ହୋଇଥିବା ବେଳେ ନ୍ୟାୟ ଭିକ୍ଷା ପାଇଁ ଥାନାରେ ଆଶ୍ରୟ ନେଇଛନ୍ତି । ଅପରପକ୍ଷେ ମଙ୍ଗୁଲି ଗ୍ରାମର ସନ୍ଧ୍ୟାରାଣୀ ପରିଡ଼ାଙ୍କ ପୁଅକୁ ସ୍ୱର୍ଣ୍ଣଲତାଙ୍କ ପରିବାରଲୋକେ ମାରଧର କରି ମୁଣ୍ଡ ଫଟାଇ ଥିବା ନେଇ ଥାନାରେ ଅଭିଯୋଗ ହୋଇଛି । ପୋଲିସ ଉଭୟ ପକ୍ଷରୁ ଦୁଇଟି ମାମଲା ରୁଜ୍ଜୁ କରି ତଦନ୍ତ ଜାରି ରଖିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ