ପୂର୍ବ ଶତୃତାକୁ ନେଇ ମରଣାନ୍ତଙ୍କ ଆକ୍ରମଣ ଅଭିଯୋଗ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ଟାଉନ ଥାନା ଅନ୍ତର୍ଗତ ଜୟୀପୁରା ଗ୍ରାମର ଜନୈକ ଯୁବକଙ୍କୁ ପୂର୍ବ ଶତୃତାକୁ ନେଇ ମରଣାନ୍ତଙ୍କ ଆକ୍ରମଣ ହୋଇଥିବା କେନ୍ଦ୍ରାପଡା ଟାଉନ ଥାନାରେ ଅଭିଯୋଗ ହୋଇଛି । ଥାନାରେ ହୋଇଥିବା ଅଭିଯୋଗରୁ ପ୍ରକାଶ ଯେ ଟାଉନ ଥାନା ଅନ୍ତର୍ଗତ ଜୟୀପୁରା ଗ୍ରାମର ସେକ ଅବଦୁଲ ରଙ୍କଙ୍କ ପୁଅ ସେକ ଅବଦୁଲ ସାଜିଦଙ୍କର ସେହି ଗ୍ରାମର ସେକ ସଲିମଙ୍କ ପରିବାର ସହିତ ପୂର୍ବରୁ ରାସ୍ତା ଚଳାଚଳକୁ ନେଇ ବିବାଦ ରହିଛି । ଏନେଇ ଗ୍ରାମର ଭଦ୍ରବ୍ୟକ୍ତିମାନଙ୍କ ଉପସ୍ଥିତିରେ ବାରମ୍ବାର ଫଇସଲା ହୋଇଥିଲେ ମଧ୍ୟ ଅଭିଯୁକ୍ତ ଜଣଙ୍କ ଓ ତାଙ୍କ ପରିବାର ସେହି ଫଇସଲାକୁ ନମାନି ବାରମ୍ବାର କଳିକଜିଆ କରିଥାନ୍ତି । ଗୁରୁବାର ସକାଳ ପ୍ରାୟ ୯ଟା ସମୟରେ ଅଭିଯୁକ୍ତଙ୍କ ମା ସେହି ବିବାଦୀୟ ରାସ୍ତାରେ ଅଳିଆ ପକାଇବାକୁ ନେଇ ଉଭୟ ପରିବାର ମଧ୍ୟରେ ଝଗଡା ହୋଇଥିଲା । ଏହାକୁ ନେଇ ଅଭିଯୁକ୍ତ ସଲିମ ସାଜିଦଙ୍କ ସାନ ଭାଇ କାଦିରକୁ ଘରୁ ଟାଣିନେଇ ଏକ ଭୁଜାଲିରେ କାଦିର ମୁଣ୍ଡକୁ ହାଣି ପକାଇଥିଲା । ଏହି ସମୟରେ କାଦିରର ଚିତ୍କାର ଶୁଣି ସାଜିଦ ସେଠାରେ ପହଞ୍ଚି କାଦିରକୁ ଉଦ୍ଧାର କରିବା ବେଳେ ସଲିମ ସାଜିଦର ମୁଣ୍ଡକୁ ମଧ୍ୟ ଭୁଜାଲିରେ ହାଣି ଦେଇଥିବା ନେଇ ଅଭିଯୋଗ ହୋଇଛି । ଏଥିସହିତ ସଲିମ ତାଙ୍କ ଘରୁ ଏକ ବନ୍ଧୁକ ଆଣି ସାଜିଦର ମୁଣ୍ଡରେ ଲଗାଇ ତାକୁ ଜୀବନରୁ ମାରିଦେବାକୁ ଧମକ ଦେଇଥିବା ଅଭିିଯୋଗ ହୋଇଛି । କାଦିରକୁ ପ୍ରଥମେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ବେଳେ ପରେ ତାର ଅବସ୍ଥା ସଙ୍କଟାପନ୍ନ ହେବାରୁ ତାକୁ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ଏନେଇ ଟାଉନ ଥାନାରେ ଅଭିଯୋଗ ପରେ ଥାନା ପକ୍ଷରୁ ଏକ ମାମଲା ରୁଜୁ କରାଯାଇ ଘଟଣାର ତଦନ୍ତ ଚାଲିଥିବା ଥାନା ଅଧିକାରୀ ତପନ କୁମାର ନାୟକ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ