ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ସମ୍ପର୍କୀୟ ଭାଇକୁ ହତ୍ୟା ଅଭିଯୁକ୍ତ ଦୁଇ ଭାଇ ଗିରଫ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):ଜମିବାଡି ସମ୍ପର୍କିତ ପୂର୍ବଶତ୍ରୁତାକୁ କେନ୍ଦ୍ର କରି କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଟିକାବାଲି ଥାନା କୋଚିଲାଗଡ ଗ୍ରାମରେ ଦୁଇ ଭାଇଙ୍କ ଆକ୍ରମଣରେ ଅଜିତ ବିଶୋଇ(୪୦)ଙ୍କ ମୃତ୍ୟୁ ହୋଇଛି। ପୁଲିସ୍ ଅଭିଯୁକ୍ତ ବାବୁଲା ଓ ଚିତ୍ତରଞ୍ଜନ ବିଶୋଇଙ୍କୁ ଗିରଫ କରି ତଦନ୍ତ କରୁଛି। ସୂଚନା ଅନୁଯାୟୀ, ରବିବାର ସକାଳେ ଅଜିତଙ୍କର ସମ୍ପର୍କିିୟ ଭାଇ ବାବୁଲା ଓ ଚିତ୍ତରଞ୍ଜନଙ୍କ ସହ ଜମିବାଡିକୁ ନେଇ ଝଗଡ଼ା ହୋଇଥିଲା। ଏହାପରେ ସନ୍ଧ୍ୟାରେ ମଧ୍ୟ ତିନିଜଣଙ୍କ ମଧ୍ୟରେ ପାଟିତୁଣ୍ଡ ହେବାରୁ ଝଗଡା ଉଗ୍ରରୂପ ଧାରଣ କରିଥିଲା। ସନ୍ଧ୍ୟା ପ୍ରାୟ ୮ଟା ସମୟରେ ଅଜିତ ଗାଁ ମଣ୍ଡପରେ ବସିଥିବା ବେଳେ ବାବୁଲା ବିଶୋୟୀ ଏକ ଲୁହା ରଡରେ ତାଙ୍କ ମୁଣ୍ଡକୁ ତୁହାକୁ ତୁହା ପ୍ରହାର କରିଥିଲା। ଏଥିରେ ଚିତ୍ତରଞ୍ଜନ ସହଯୋଗ କରିଥିବା ନେଇ ଏତଲାରେ ଦର୍ଶାଯାଇଛି। ଗୁରୁତର ଅବସ୍ଥାରେ ଗ୍ରାମଲୋକେ ଅଜିତଙ୍କୁ ଟିକାବାଲି ଡାକ୍ତରଖାନାକୁ ନେଇଥିଲେ।ତେବେ ତାଙ୍କ ଅବସ୍ଥା ଶଙ୍କଟାପନ୍ନ ଥିବାରୁ ତାଙ୍କୁ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ରେଫର କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏ ସମ୍ପର୍କରେ ମୃତ ଅଜିତଙ୍କ ସ୍ତ୍ରୀ ଟିକାବାଲି ଥାନାରେ ଏକ ଏତଲା ଦେଇଥିବାବେଳେ ଟିକାବାଲି ଥାନା ଅଧିକାରୀ ରେବତୀ ଶବର ଓ ଅନ୍ୟମାନେ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହିତ ଉଭୟ ଭାଇ ବାବୁଲା ଓ ଚିତ୍ତରଞ୍ଜନଙ୍କୁ ଗିରଫ କରିଥିଲେ। ପୁଲିସ ଏକ ମାମଲା ରୁଜୁକରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଥିଲେ। ଏସଡିପିଓ ଡିଟିଆର୍ ପଟ୍ଟନାୟକଙ୍କ ନେତୃତ୍ୱରେ ଏକ ସାଇଣ୍ଟିଫିକ୍ ଟିମ୍ ସହିତ ସନ୍ଧାନି କୁକୁର ଗସ୍ତକରି ତନଖୀ କରିଥିବା ଜଣାପଡ଼ିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ