ପୂର୍ବ ଶତ୍ରୁତାକୁ ନେଇ ବୋମା ମାଡ଼

ନିମାପଡ଼ା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲା ନିମାପଡା ବ୍ଲକ ଚାରିଛକ ଥାନା ଅନ୍ତର୍ଗତ କଳାପାଂଚଣ ଗାଁ ମୁସଲିମ ବସ୍ତିରେ ଗତକାଲି ବିଳମ୍ବିତ ରାତି ରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଜଲାଲ ଖାଁ ନାମକ ଜଣେ ବ୍ୟକ୍ତିଙ୍କ ଘରକୁ ଦୁର୍ବୁତ୍ତ ମାନେ ବୋମା ମାଡ଼ କରିଥିବା ଚାରିଛକ ଥାନାରେ ଅଭିଯୋଗ ହୋଇଛି । ବୋମା ମାଡରେ ତାଙ୍କର ଘର କବାଟ ଓ ଆସବାପତ୍ର ନଷ୍ଟ ହୋଇଯାଇଥିବା ବେଳେ ତାଙ୍କ ପରିବାର ଅଳ୍ପକେ ବର୍ତ୍ତିଯାଇଛନ୍ତି । ଅଭିଯୋଗ ଅନୁସାରେ ଏକ ବର୍ଷ ତଳେ ଜଲାଲଙ୍କ ଘରୁ ଏକ ଡକାୟତି ଘଟଣାରେ ଏହି ଗାଁର ଜଣେ ଅଭିଯୁକ୍ତ ଗିରଫ ହୋଇଥିଲା ।ଜେଲ ରୁ ଅଭୁଯୁକ୍ତ ଜଣକ ଗାଁକୁ ଫେରିବା ପରେ ପୂର୍ବ ରାଗ ରଖି ଜଲାଲଙ୍କ ବାପାଙ୍କ ସ୍କୁଟି ଓ ବାହାରେ ଥିବା ୱାସିଙ୍ଗ ମେସିନ ରେ ନିଆଁ ଲଗାଇ ଦେଇଥିଲା । ଗତକାଲି ରାତ୍ରୀରେ ପୂର୍ବ ରାଗ ରଖି କିଛି ଯୁବକ ତାଙ୍କ ଘରକୁ ବୋମା ମାଡ଼ କରିଥିବା ସେ ଚାରିଛକ ଥାନାରେ ଅଭିଯୋଗ କରିବା ପରେ ଚାରିଛକ ଥାନା ଅଧିକାରୀ ମମତା ବିଶ୍ବାଳ ଘଟଣା ସ୍ଥଳ ରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଏହି ଘଟଣା ସମଗ୍ର ଚାରିଛକ ଅଞ୍ଚଳ ରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ