ପୂର୍ବ ଶତ୍ରୁତା କୁ କେନ୍ଦ୍ର କରି ଯୁବକ ଙ୍କୁ ବିଦ୍ୟୁତ ଖୁଣ୍ଟ ରେ ବାନ୍ଧି ମାଡ଼, ୨ ଗିରଫ

ଖଲ୍ଲିକୋଟ, (ରାଜୀବ ଚନ୍ଦ୍ର ଖାଡଙ୍ଗା):ପୂର୍ବ ଶତ୍ରୁତା କୁ କେନ୍ଦ୍ର କରି ଯୁବକ ଙ୍କୁ ବିଦ୍ୟୁତ ଖୁଣ୍ଟ ରେ ମାଡ଼ ମାରିଥିବା ଥାନାରେ ଅଭିଯୋଗ ହେବା ପରେ ତଦନ୍ତ କରି ପୋଲିସ ୨ ଜଣଙ୍କୁ ଗିରଫ କରିଛି ।ଏଭଳି ଘଟଣା ଘଟିଛି ଖଲ୍ଲିକୋଟ ଥାନା ଅନ୍ତର୍ଗତ ସମଲ ଗ୍ରାମରେ ।ମିଳିଥିବା ସୂଚନା ଅନୁଯାୟୀ, ସମଲ ଗ୍ରାମର ଟୁନା ଜାଲି ଙ୍କ ପୁଅ ରତ୍ନାକର ଜାଲି ମଙ୍ଗଳବାର ସନ୍ଧ୍ୟାରେ ଗାଁ ମଝିରେ ଥିବା ହୋଟେଲ ରୁ ଜଳଖିଆ ଆଣିବାକୁ ଯାଇଥିବା ବେଳେ ସେହି ଗ୍ରାମର କୃଷ୍ଣ ଜାଲି ଓ ଆଉ ଜଣେ ରତ୍ନାକର ଜାଲି ପୂର୍ବ ଶତ୍ରୁତା କୁ କେନ୍ଦ୍ର କରି ଏକ ବାଉଁଶ ବାଡି ରେ ରତ୍ନାକର ର ଗୋଡ଼ କୁ ବାଡ଼େଇବାପରେ ଏକ ବିଦ୍ୟୁତ ଖୁଣ୍ଟ ରେ ବାନ୍ଧି ପୁଣି ମାଡ଼ ମାରିଥିଲେ ।ଏ ସମ୍ପର୍କରେ ବିଳମ୍ବିତ ରାତିରେ ଖଲ୍ଲିକୋଟ ଥାନାରେ ଅଭିଯୋଗ ହେବା ପରେ ପୋଲିସ ଥାନା କେସ ନମ୍ବର ୬୧୨/୨୦୨୨,ଦଫା ୩୪୨,୨୯୪,୩୨୩,୩୨୫,୫୦୬,୩୪ଆଈପିସି ଅନୁଯାୟୀ ମାମଲା ରୁଜ୍ଜୁ କରି ଥାନା ଅଧିକାରୀ ଜଗନ୍ନାଥ ମଲ୍ଲିକ ଙ୍କ ନିର୍ଦ୍ଦେଶ କ୍ରମେ ଏସ ଆଇ ହିମାଂଶୁ ପାତ୍ର ତଦନ୍ତ ଆରମ୍ଭ କରିଥିଲେ ।ଆଜି ଅଭିଯୁକ୍ତ କୃଷ୍ଣ ଚନ୍ଦ୍ର ଜାଲି ଓ ରତ୍ନାକର ଜାଲି ଙ୍କୁ ପୋଲିସ ସମଲ ଗ୍ରାମରୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଥାନା ଆଇଆଇସି ଜଗନ୍ନାଥ ମଲ୍ଲିକ ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ