ପୂର୍ବ ଶତ୍ରୁତା ରୁ ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ
ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ପୂର୍ବ ଶତ୍ରୁତା କୁ କେନ୍ଦ୍ରକରି ଦିଗପହଣ୍ଡି ଥାନା ନୂଆ ମୌଳାଭଣଜା ଗ୍ରାମର ଜଣେ ଯୁବକଙ୍କୁ ଶୁକ୍ରବାର ସନ୍ଧ୍ୟା ରେ ୩ ଜଣ ଯୁବକ ସଂଘବଦ୍ଧ ଆକ୍ରମଣ କରିଥିବା ଜଣାପଡିଛି।ସୂଚନା ପ୍ରକାରେ ନୂଆ ମୌଳାଭଣଜା ଗ୍ରାମର ୨ ଯୁବକ ବି. ସାଗର ଦୋରା ଓ ଅଜୟ ବାଡ଼ତ୍ୟା ଜଳଖିଆ ଖାଇବା ପାଇଁ ଗାଁ ଛକକୁ ଯାଉଥିବା ବେଳେ ଗାଁ ର ଶିଶୁ ମନ୍ଦିର ନିକଟରେ ୩ ଜଣ ଯୁବକ ଅତର୍କିତ ଭାବେ ବିଭିନ୍ନ ମାରଣାସ୍ତ୍ର ଦ୍ଵାରା ସାଗର ଙ୍କ ମୁଣ୍ଡ କୁ ଆକ୍ରମଣ କରିଥିଲେ। ଘଟଣା ସ୍ଥଳରେ ସାଗର ଙ୍କ ମୁଣ୍ଡ ଫାଟି ପ୍ରବଳ ରକ୍ତସ୍ରାବ ଯୋଗୁଁ ସେ ଅଚେତ ହୋଇ ତଳେ ପଡିଯାଇଥିଲେ। ଏହାପରେ ଆକ୍ରମଣକାରୀ ମାନେ ସେ ମରିଯାଇଥିବା ଭାବି ସେଠାରୁ ଚମ୍ପଟ ମାରିଥିଲେ।ଏହି ସମୟରେ ସେହି ରାସ୍ତା ଦେଇ ଯାଉଥିବା ରାଧାନଗର ଗ୍ରାମର କିଛି ବ୍ୟକ୍ତି ସାଗର ଙ୍କୁ ଉଦ୍ଧାର କରି ତାଙ୍କ ଘରକୁ ନେଇଥିଲେ। ସାଗର ଙ୍କ ପରିବାର ଲୋକେ ତାଙ୍କୁ ଗୁରୁତର ଅବସ୍ଥା ରେ ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ଭର୍ତ୍ତି କରାଇଥିଲେ। ସାଗର ଙ୍କ ଶରୀର ଓ ମୁଣ୍ଡ ରେ ଗଭୀର ଆଘାତ ଲାଗିଛି। ଖବରପାଇ ଦିଗପହଣ୍ଡି ପୋଲିସ ସ୍ୱାସ୍ଥ୍ୟକେନ୍ଦ୍ର ରେ ପହଞ୍ଚି ଘଟଣା ର ତଦନ୍ତ କରି ଫେରିଥିବା ଜଣାପଡିଛି।ଆକ୍ରମଣ ର କାରଣ ସ୍ପଷ୍ଟ ହୋଇନଥିଲେ ମଧ୍ୟ ପ୍ରେମ ବ୍ୟାପାର କୁ କେନ୍ଦ୍ର କରି ପୂର୍ବ ଶତ୍ରୁତା ରୁ ଏଭଳି ଆକ୍ରମଣ କରାଯାଇଥିବା ପୋଲିସ କୁ ସୂଚନା ମିଳିଛି। ରିପୋର୍ଟ ଲେଖାହେବା ସୁଦ୍ଧା ଥାନାରେ କୌଣସି ଏତଲା ହୋଇନଥିବା ଜଣାପଡିଛି।