ପୃଥକ ଦୁର୍ଘଟଣା ରେ ୪ ମୃତ, ୨ ଆହତ

ସୋରଡା, (ରଜନୀକାନ୍ତ ମହାପାତ୍ର):ଗଞ୍ଜାମ ଜିଲ୍ଲା ସୋରଡା ରେ ଜାତୀୟ ରାଜପଥ ରେ ପୃଥକ ଦୁର୍ଘଟଣା ରେ ଗୋଟିଏ ଦିନ ରେ ୪ ଜଣ ଙ୍କ ମୃତ୍ୟୁ ହୋଇଛି। ସୋରଡା ବ୍ଲକ ଅନ୍ତର୍ଗତ ନୂଆଗଡ ଗ୍ରାମ ରେ ଏକ କାର ଧକା ରେ ସହଦେବ ଗୌଡ ଙ୍କ ମୃତ୍ୟୁ ହୋଇଛି। ସହଦେବ ଗୌଡ ଗାଈ ଚରାଇ ଆସିବା ପରେ ରାସ୍ତା ରେ ଯାଉଥିବା ବେଳେ ସୋରଡା ଅଭିମୁଖେ ଆସୁଥିବା ଏକ କାର ଧକ୍କା ଦେଇଥିଲା। ଗୁରୁତର ଅବସ୍ଥାରେ ସହଦେବ ଗୌଡ ଙ୍କୁ ଉଧାର କରି ସୋରଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତି କରିଥିଲେ ସେଠାରେ ଡାକ୍ତର ମୃତ୍ୟୁ ଘୋଷଣା କରିଥିଲେ। ସୋରଡା ପୋଲିସ କାର ନମ୍ବର ଓଡ଼ି୦୭ଏକ୍ସ ୫୫୨୯ କୁ ଜବତ କରିଛି। ଘଟଣା ଟି ଅପରାହ୍ନ ୪ ଘଟିକା ବେଳେ ଘଟିଥିବା ବେଳେ ପୁଣି ରାତି ପ୍ରାୟ ୯ ଘଟିକା ସମୟ ରେ ଅନ୍ୟ ଏକ ଦୁର୍ଘଟଣା ରେ ଦୁଇଟି ବାଇକ ପରସ୍ପର ମୁହାଁ ମୁହିଁ ଧକା ବେଳେ ୩ ଜଣ ଙ୍କ ମୃତ୍ୟୁ ହୋଇଛି ଏବଂ ଜଣେ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ଓ ପରେ ଭୁବନେଶ୍ବର କୁ ସ୍ଥାନାନ୍ତର କରାଯାଇହକି। ମିଳିଥିବା ସୂଚନା ପ୍ରକାରେ ସୋରଡା ଠାରୁ ଅନତି ଦୂର ରେ ଥିବା ଘଷିପଡା ଛକ ନିକଟ ରେ ଦୁଇ ଟି ବାଇକ ପରସ୍ପର ଧକା ଦେଇଥିଲେ। ସେହିପରି ଜାତୀୟ ରାଜପଥ ୫୯ ରେ ଘଷିପଡା ରେ ସୋରଡା ଥାନା ଇଲାକା ର ଦୁଲ୍ଲାଡ ଗ୍ରାମ ର ଭାଗୀରଥୀ ଓ ପ୍ରତାପ ନିଜ ବାଇକ ରେ ସୋରଡା ରୁ ଦୁଲ୍ଲାଡ ଯାଉଥିବା ବେଳେ ରାଧାକୃଷ୍ଣପୁର ର ବାଇକ ରେ ଆସୁଥିବା ଦୁଇ ଯୁବକ ପିଲି ମଳିକ ଓ ବୁଲୁ ସ୍ଵାଇଁ ଙ୍କ ସହ ଧକା ହୋଇଥିଲା। ଫଳରେ ୩ ଯୁବକ ଭାଗୀରଥୀ, ପିଲି, ଓ ବୁଲୁ ଙ୍କ ମୃତ୍ୟୁ ହୋଇଥିବା ବେଳେ ପ୍ରତାପ ଗୌଡ ଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ବ୍ରହ୍ମପୁର ଓ ପରେ ଭୁବନେଶ୍ବର ସ୍ଥାନନ୍ତାର କରଯାଇଥିବା ସୂଚନା ମିଳିଛି। ଖବର ପାଇ ସୋରଡା ଦମକଳ ବାହିନୀ, ଓ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ସମସ୍ତ ଙ୍କୁ ଉଧାର କରିବା ସହ ସୋରଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତି କରିଥିଲେ। ପୁଣି ଆଜି ଆଉ ଏକ ଦୁର୍ଘଟଣା ରେ ଜଣେ ମହିଳା ଗୁରୁତର ଭାବେ ସୋରଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତି ହୋଇଛନ୍ତି। ସୋରଡା ନିକଟସ୍ଥ ହାତିଗଡା ଗ୍ରାମ ନିକଟରେ ସଇଲେନ୍ଦ୍ରି ନାୟକ ଅଟୋ ରେ ଆସୁଥିବା ବେଳେ ଅଟୋ ଓଲଟି ଦୁର୍ଘଟଣା ରେ ସିକାର ହୋଇଥିଲେ। ସଇଲେନ୍ଦ୍ରି ଗୁରୁତର ଆହତ ହୋଇଥିବା ଜଣାପଡିଛି। ଦିନ କୁ ଦିନ ଏହି ପରି ମର୍ମନ୍ତୁଦ ଦୁର୍ଘଟଣା ରେ ପ୍ରାଣ ହାନି ଜାତୀୟ ରାଜପଥ ରେ ଘଟୁଥିବା ବେଳେ ଏଥିରେ ପଦକ୍ଷେପ ନେବା ର ଆବଶ୍ୟକତା ରହିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ