ପୃଥକ ଦୂର୍ଘଟଣାରେ ୧ ମୃତ, ୧ ଗୁରୁତର
ହିିଳିକାଟୁ (ଜୁଗାବ୍ଦ ନ୍ୟୁଜ୍): ହିିଳି ଥାନା ଅଞ୍ଚଳରେ ପୃଥକ ସ୍ଥାନରେ ଦୂର୍ଘଟଣା ଘଟି ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାରେ ଚିକିତ୍ସିତ ହେଉଥିବା ଜଣାପଡ଼ିଛି । ମୃତକ ଜଣକ ହିିଳିକାଟୁ ପୌରାଂଚଳ ଶ୍ରୀରାମ ନଗର ସାହିର ଉଦୟନାଥ ସାହୁ (୫୫) ଓ ଗୁରୁତର ଆହତ ଜଣକ ବ୍ରହ୍ମପୁର ଶ୍ରୀରାମ ନଗର ଅଞ୍ଚଳର ବି. ବିକାଶ ପାତ୍ର(୨୩) । ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଦୁର୍ଘଟଣା ଗ୍ରସ୍ତ ୩ ଟି ଗାଡ଼ିକୁ ଜବତ କରି ଘଟଣାର ତଦନ୍ତ ଚଳାଇଛି ।
ପ୍ରକାଶ ଯେ, ବୁଧବାର ରାତି ପ୍ର୍ରାୟ ୧୦ ଟାରେ ହିିଳିକାଟୁ ପୌରାଞ୍ଚଳ ଶ୍ରୀରାମ ନଗର ସାହିର ଉଦୟନାଥ ସାହୁ କୌଣସି କାମରେ ଛତ୍ରପୁର ନିକଟସ୍ଥ ଅଞ୍ଚଳରୁ କାର୍ଯ୍ୟ ସାରି ବାଇକ ଯୋଗେ ଗ୍ରାମକୁ ଫେରୁଥିବା ବେଳେ ହିଞ୍ଜିଳି ଥାନା କଞ୍ଚୁରୁ- ଦୁର୍ବନ୍ଧ ମଧ୍ୟବର୍ତ୍ତି ଗ୍ରାମ ରାସ୍ତା କଡ଼ରେ ଗୁରୁତର ଆହତ ହୋଇ ପଡ଼ିଥିଲେ । ଉକ୍ତ କିଛି ଲୋକେ ଦେଖି ୧୦୮ ଆମ୍ବୁଲାନ୍ସକୁ ଖବର ଦେଇଥିଲେ । ଖବର ପାଇ ଆମ୍ବୁଲାନ୍ସ କର୍ମଚାରୀ ଗୁରୁତରଙ୍କୁ ଉଦ୍ଧାର କରି ହିିଞ୍ଜିଳିକାଟୁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ପ୍ରାଥମିକ ଚିକିତ୍ସା ପରେ ଅଧିକ ଚିକିତ୍ସା ସକାଶେ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା । ସେଠାରେ ଡ଼ାକ୍ତର, ଉଦୟଙ୍କୁ ମୃତ ଘୋଷଣା କରିଥିଲେ । କୌଣସି ଅଜଣା ଗାଡ଼ି ଧକ୍କା ଦେଇଥିବା ନେଇ ପୋଲିସ ଅନୁମାନ କରୁଛି । ସେହିପରି ଗୁରୁବାର ଅପରାହ୍ନରେ ହିିଞ୍ଜିଳି ଥାନା ନୂଆଁ ବୁରୁପଡ଼ା ଛକ ନିକଟରେ ବାଇକୁ ଏକ ପିକ୍ଅପ୍ ଧକ୍କା ଦେବା ଫଳରେ ବାଇକ ଆରୋହୀ ଗୁରୁତର ଆହତ ହୋଇଛନ୍ତି । ବ୍ରହ୍ମପୁର ଶ୍ରୀରାମ ନଗର ଅଞ୍ଚଳର ବି. ବିକାଶ ଆସିକାରୁ କାର୍ଯ୍ୟ ସାରି ବାଇକ (ଓଡ଼ି୩୨ ବି ୬୯୨୪) ଯୋଗେ ବ୍ରହ୍ମପୁର ପେରୁଥିବା ବେଳେ ଏକ ପିକଅପ୍ (ଓଡ଼ିି୦୭ ଆର ୩୯୦୫) ଆସି ନୂଆଁ ବୁରୁପଡ଼ା ଛକ ନିକଟରେ ବାଇକ ପଛପଟୁ ଧକ୍କା ଦେଇଥିଲା । ଦୂର୍ଘଟଣାରେ ବାଇକ ଆରୋହୀ ଗୁରୁତର ଆହତ ହୋଇଥିଲେ । ସ୍ଥାନୀୟଲୋକେ ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ହିିଳିକାଟୁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ଅବସ୍ଥାଗୁରୁତର ଥିବା ଯୋଗୁଁ ପ୍ରାଥମିକ ଚିକିତ୍ସା ପରେ ଅଧିକ ଚିକିତ୍ସା ସକାଶେ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା ।