ପୃଥ୍ୱୀରାଜ ହାଇସ୍କୁଲ ରେ ବିଦାୟକାଳୀ ସମ୍ବର୍ଦ୍ଧନା ସଭା

ବଲାଙ୍ଗିର : ପୃଥ୍ୱୀରାଜ ହାଇସ୍କୁଲଠାରେ ପ୍ରଧାନ ଶିକ୍ଷକ ସନ୍ତୋଷିନୀ ସେଠୀ ଙ୍କ ସଭାପତିତ୍ୱରେ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ସଭାରେ ବିଦ୍ୟାଳୟରେ ବରିଷ୍ଠ ଶିକ୍ଷିକା ସୌଦାମିନୀ ବେହେରା ଏବଂ କର୍ମଚାରୀ ଳୀଳାବତୀ ସାହୁଙ୍କୁ ବିଦାୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ଅନୁଷ୍ଠିତ ସଭାରେ ଶିକ୍ଷକ ବିକାଶ ରଞ୍ଜନ ସାହୁ, ରାମ ଗୋପାଲ ଖମାରୀ ଶର୍ମା, ପ୍ରତାପ କୁମାର ସାଏ ପଟେଲ, ବିଜୟ କୁମାର ବାଗ, କଳ୍ପନା ତ୍ରିପାଠୀ ବିଦାୟୀ ଶିକ୍ଷୟିତ୍ରୀ ଏବଂ କର୍ମଚାରୀ ଦ୍ୱୟଙ୍କ ସ୍ମୃତିଚାରଣ କରିଥିଲେ । ଛାତ୍ର ମାନଙ୍କ ମଧ୍ୟରୁ ରାହୁଲ ସାହୁ, ସୋମନାଥ ମହାରଣା, ଜ୍ଞାନ ରଂଜନ ରଣା ଏବଂ କରଣ ସାହୁ ସେମାନଙ୍କର ବିଦ୍ୟାଳୟରେ ଶିକ୍ଷାଦାନ ଓ ଅବଦାନ ସମ୍ପର୍କରେ ଆଲୋକପାତ୍ କରିଥିଲେ । ବିଦାୟୀ ଶିକ୍ଷୟିତ୍ରୀ ଭାବ ବିହ୍ୱଳ କଣ୍ଠରେ ଛାତ୍ର ମାନଙ୍କୁ ସୁନାଗରିକ ହେବା ପାଇଁ ଉପଦେଶ ପ୍ରଦାନ କରିଥିଲେ । ଏହି ଅବସରରେ ସଭାର ସଭାପତି ତଥା ପ୍ରଧାନ ଶିକ୍ଷକ ଶ୍ରୀମତୀ ସେଠୀ ସେମାନଙ୍କୁ ଉପଢୌକନ ଏବଂ ମାନପତ୍ର ପ୍ରଦାନ କରିଥିଲେ । ମାନପତ୍ର ପଠନ କରିଥିଲେ ଶିକ୍ଷୟିତ୍ରୀ ବାସନ୍ତି ମିଶ୍ର ଏବଂ କଳ୍ପନା ତ୍ରିପାଠୀ । ସଭା ସଂଯୋଜନା ଓ ଧନ୍ୟବାଦ ଅର୍ପଣ କରିଥିଲେ ଶିକ୍ଷକ ବିକାଶ ରଞ୍ଜନ ସାହୁ । ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଓ କର୍ମଚାରୀଗଣ ଉକ୍ତ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ