ପେଟ୍ରୋଲିଂ କଡାକଡି କରିବା ନିମନ୍ତେ ଏସପିଙ୍କୁ ଦାବିପତ୍ର ପ୍ରଦାନ
ଛତ୍ରପୁର, (ଦେବଦତ୍ତ ମହାରଣା):ଛତ୍ରପୁର ଏନଏସି ଅନ୍ତର୍ଗତ ୩ନଂ ୱାର୍ଡ ର ରାମଲକ୍ଷ୍ମୀ ନଗର ତୃତୀୟ ଲାଇନ ଭାଗ- ୫ ଅଂଚଳର କୃଷକ ବଜାର ନିକଟରେ ଅସାମାଜିକ ଲୋକଙ୍କ ଆଡ୍ଡା ସ୍ଥଳୀ ପାଲଟିଛି । ଏହା ସହ ପ୍ରତିଦିନ ସେଠାରେ ନିଶା ସେବନ କରି ଜୁଆ ଆଡ୍ଡା ଚଳାଇଛନ୍ତି । ଯାହା ଫଳରେ ଅଂଚଳର ମହିଳା ମାନେ ସନ୍ଧ୍ୟାରେ ଘର ଭିତରୁ ବାହାରକୁ ବାହାରିବା ପାଇଁ ସୁରକ୍ଷିତ ମନେ କରୁନାହାନ୍ତି । ଏଥି ବ୍ୟତୀତ ଏହି ଅଂଚଳର ବିଗତ ୬ ମାସ ମଧ୍ୟରେ ବହୁ ଚୋରୀ ହୋଇଥିବା ଘଟଣା ଘଟିଛି ଏବଂ ଅଂଚଳରେ ଆଲୋକୀକରଣ ବ୍ୟବସ୍ଥା ନଥିବାରୁ ସେମାନେ ଗତ ଦୁଇ ବର୍ଷ ଧରି ବିଭିନ୍ନ ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଏଣୁ ଉକ୍ତ ଅଂଚଳରେ ଏକ ପୋଲିସ୍ ଫାଣ୍ଡି କରିବା ସହିତ ଅଂଚଳରେ ପୋଲିସ୍ ପକ୍ଷରୁ କଡାକଡି ପେଟ୍ରୋଲିଂ କରାଯିବା ନିମନ୍ତେ ବୁଧବାର ଗଞ୍ଜାମ ଏସପି ବ୍ରିଜେଶ କୁମାର ରାୟଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି । ଏହି ସ୍ମାରକ ପତ୍ର ପ୍ରଦାନ ବେଳେ ପୂର୍ବତନ କାଉନସିଲର ବି. ରାଜୁବାବୁ, ସୁରେଶ ଚନ୍ଦ୍ର ମାର୍ଥା, ପି. ସି. ଦାଶଙ୍କ ସମେତ ବହୁ ଅଂଚଳବାସିନ୍ଦା ମାନେ ଉପସ୍ଥିତ ଥିଲେ ।


