ପେଟ୍ରୋଲ୍ ପମ୍ପରେ ବ୍ୟବହୃତ ୫ଠଠ ଓ ୧ଠଠଠ ଟଙ୍କିଆ ପୁରୁଣା ନୋଟ୍ର ତଥ୍ୟ ନାହିଁ
ନୂଆଦିଲ୍ଲୀ, (ଏଜେନ୍ସି): ବିମୁଦ୍ରୀକରଣ ସମୟରେ ପେଟ୍ରୋଲ୍ ପମ୍ପ ରେଳବାଇ ଟିକେଟ୍ ଓ ବିଦ୍ୟୁତ୍ ପାଣି ଆଦି ବିଲ୍ର ପେମେଣ୍ଟରେ ଲୋକଙ୍କ ଦ୍ୱାରା ବ୍ୟବହାର କରାଯାଇଥିବା ୫୦୦ ଓ ୧୦୦୦ ଟଙ୍କିଆ ପୁରୁଣା ନୋଟ୍ର କୌଣସି ଆକଳନ ନଥିବା ଭାରତୀୟ ରିଜର୍ଭ ବ୍ୟାଙ୍କ୍ (ଆର୍ବିଆଇ) ପାଖରେ ନାହିଁ । ପ୍ରକାଶ ଯେ ଏପରି ପେମେଣ୍ଟ ମାଧ୍ୟମରେ ଏପରି ନୋଟ୍ ଭଲ ସଂଖ୍ୟାରେ ପୁଣିଥରେ ବ୍ୟାଙ୍କ୍କୁ ଫେରିଆସିଥିଲେ । ଆର୍ବିଆଇର ସୂଚନାର ଅଧିକାର (ଆର୍ଟିଆଇ) ଅଧିନରେ ମଗା ଯାଇଥିବା ସୂଚନା ପ୍ରଦାନ କରାଯାଇଛି । ପ୍ରକାଶ ଯେ ନଭେମ୍ବର ୮, ୨୦୧୬ରେ ୫୦୦ ଓ ୧୦୦୦ଟଙ୍କାର ପୁରୁଣା ନୋଟ୍କୁ ବନ୍ଦ କରିବାକୁ ନିର୍ଣ୍ଣୟ କରାଯାଇଥିଲା । ହେଲେ ଲୋକଙ୍କ ହିତ ଦୃଷ୍ଟିରୁ ସରକାର ୨୩ସେବାର ବିଲ୍ ପେମେଣ୍ଟ କିଛଇ ସମୟ ପାଇଁ ଏପରି ପୁରୁଣା ନୋଟ୍ ମାଧ୍ୟମରେ କରିବାକୁ ଅନୁମତି ଦେଇଥିଲେ । ଏହି ସେବା ମଧ୍ୟରେ ସରକାରୀ ହସ୍ପିଟାଲ, ରେଳ, ସାର୍ବଜନିକ ପରିବହନ, ବିମାନ ବନ୍ଦର ଓ ଟିକେଟ୍ ଦୁଗ୍ଧ କେନ୍ଦ୍ର, କ୍ରିୟାନୁଷ୍ଠାନ, ପେଟ୍ରୋଲ ପମ୍ପ, ମେଟ୍ରୋ ରେଳ ଟିକେଟ୍ ଓ ଔଷଧ କିଣିବା ଆଦି ସାମିଲ ରହିଛି । ସରକାର ୨୫ ନଭେମ୍ବର ୨୦୧୬ ଠାରୁ ୫୦୦ ଓ ୧୦୦୦ଟଙ୍କାର ପୁରୁଣା ନୋଟ୍ ପରିବର୍ତ୍ତନରେ ରୋକ ଲଗାଇଥିଲେ । ଏବଂ ଏହି ସେବା ପାଇଁ କେବଳ ୫୦୦ର ପୁରୁଣଶ ନୋଟ୍ ଗ୍ରହଣ କରିବାକୁ ଅନୁମତି ଦେଇଥିଲେ । ଏହି ଅନୁମତି ଡିସେମ୍ବର ୧୫, ୨୦୧୬ପର୍ଯ୍ୟନ୍ତ ଦିଆଯାଇଥିଲା । ସରକାର ୨୦୧୬, ଡିସେମ୍ବର ୨ରୁ ପେଟ୍ରୋଲ୍ ପମ୍ପ ଓ ବିମାନ ବନ୍ଦରରେ ଟିକେଟ୍ କିଣିବାରେ ୫୦୦ଟଙ୍କା ପୁରୁଣା ନୋଟ୍ର ବ୍ୟବହାର ମଧ୍ୟ ଅଟକାଇ ଦେଇଥିଲେ । ଆର୍ବିଆଇ ଗତ ବର୍ଷ ଅଗଷ୍ଟରେ କହିଥିଲେ ଯେ ୫୦୦ ଓ ୧୦୦୦ଟଙ୍କାର ୯୯.୩% ନୋଟ୍ ବ୍ୟାଙ୍କିଂ ପ୍ରଣାଳୀରେ ଫେରସ୍ତ ଆସିଛି । ବିମୁଦ୍ରୀକରଣ ସମୟ ୫୦୦ ଓ ୧୦୦୦ ଟଙ୍କାର ମୂଲ୍ୟ ଯୁକ୍ତ ୧୫.୪୧ଲକ୍ଷ କୋଟି ଟଙ୍କାର ନୋଟ ଚଳନରେ ଥିଲା । ଏଥିମଧ୍ୟରୁ ୧୫.୩୧ଲକ୍ଷ କୋଟି ଟଙ୍କାର ନୋଟ୍ ବ୍ୟାଙ୍କ ପାଖରେ ଫେରିଆସିଛି ।


