ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ନେଇ ପ୍ରତିବାଦ
ଚୌଦ୍ୱାର : (ଦୀପକ୍ କୁମାର ବେଉରା): କ୍ରମାଗତଭାବେ ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧିକୁ ବିରୋଧ କରି ସିପିଆଇଏମ ପକ୍ଷରୁ ଚୌଦ୍ୱାରରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଆଞ୍ଚଳିକ କମିଟିର ଜୟ ସିଂଙ୍କ ନେତୃତ୍ୟରେ ସାମାଜିକ ଦୂରତା ଅବଲମ୍ବନ କରି ଗାନ୍ଧିଛକ ଠାରେ ଅନୁଷ୍ଠିତ ଏହି ବିକ୍ଷୋଭ ପ୍ରଦର୍ଶନ ରେ ବହୁ କର୍ମୀ ଯୋଗଦେଇଥିଲେ । ନିର୍ବାଚନ ବେଳେ ଦେଇଥିବା ପ୍ରତିଶ୍ରୁତି ର କୌଣସି ଧାର ନଧରି ମୋଦି ସରକାର ସାଧାରଣ ଜନତାଙ୍କ ଉପରେ ବୋଝ ଲାଦିବା ଘଟଣାକୁ ବିରୋଧ କରାଯାଇଥିଲା । ଆନ୍ତର୍ଜାତିକ ବଜାର ରେ ଅଶୋଧିତ ତୈଳ ଦର ହ୍ରାସ ପାଉଥିଲା ବେଳେ ଦେଶରେ ପେଟ୍ରୋଲ ଓ ଡିଜେଲ ର ଦର ବୃଦ୍ଧିକୁ ଦଳ ଗ୍ରହଣ କରି ପାରୁନି ।ଅନ୍ୟମାନଙ୍କ ମଧ୍ୟରେ ରମେଶ ନାୟକ, ରବିନାରାୟଣ ସେଠି, କାଁହୁ ନନ୍ଦ ସହଯୋଗ କରିଥିଲେ ।


