ପେଟ୍ରୋଲ ଟାଙ୍କି କର୍ମଚାରୀଙ୍କଠାରୁ ୩ଲକ୍ଷ ଟଙ୍କା ଲୁଟ୍

ନିରାକାରପୁର (ଯୁଗାବ୍ଦ ନ୍ୟୁଜ୍‍):ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଥାନା ପଦ୍ମପୁର ଛକରେ ଥିବା ପେଟ୍ରୋଲ ଟାଙ୍କିର ବିକ୍ରି ଟଙ୍କାକୁ ବ୍ୟାଙ୍କରେ ଡିପୋଜିଟ ପାଇଁ ନେଉଥିବା କର୍ମଚାରୀଙ୍କୁ ମାଡ଼ ମାରି ୩ ଦୁର୍ବୃତ୍ତ ୩ ଲକ୍ଷ ଟଙ୍କା ଝାମ୍ପି ନେଇଯାଇଥିବା ଜଣାପଡ଼ିଛି ।
ସୂଚନାଯୋଗ୍ୟ କି ପେଟ୍ରୋଲ ଟାଙ୍କି ମ୍ୟାନେଜର ଲକ୍ଷ୍ମୀଧର ନାୟକ ଓ କର୍ମଚାରୀ ଫକୀର ନାୟକ ଏକ ବାଇକ୍ରେ ସୋମବାର ଅପରାହ୍ଣ ୩ଟା ୧୫ରେ ୩ଲକ୍ଷ ଟଙ୍କା ଧରି ନିକଟସ୍ଥ ଜଙ୍କିଆ ଅଞ୍ଚଳକୁ ଏକ ବ୍ୟାଙ୍କକୁ ଡିପୋଜିଟ୍ ପାଇଁ ଯାଉଥିଲେ । ଉଭୟ ନୂଆ ଜଗନ୍ନାଥ ସଡ଼କରେ ରାମେଶ୍ୱର ଜଙ୍ଗଲ ମଧ୍ୟରେ ପହଞ୍ଚିବା ସମୟରେ ପଛରୁ ୩ ଯୁବକ ଏକ କଳା ରଙ୍ଗର ବାଇକରେ ଆସି ମାଡ଼ ମାରିବା ସହ ରଡ଼ରେ ଦୁହିଁଙ୍କୁ ଆକ୍ରମଣ କରିଥିଲେ । ପରେ ୩ଲକ୍ଷ ଟଙ୍କା ନେଇ ସେଠାରୁ ଚମ୍ପଟ ମାରିଥିଲେ । ଦୁର୍ବୃତ୍ତମାନେ ଓଆର-୦୨ ଡ଼ି ୫୧୭ ନମ୍ବର ଏକ ବାଇକ୍ରେ ଆସିଥିବାବେଳେ ଶେଷ ନମ୍ବରଟି ଲିଭିଯାଇଥିଲା । ଖବର ପାଇ ନିରାକାରପୁର ପୁଲିସ ତଦନ୍ତ ଆରମ୍ଭ କରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ