ପେଟ୍ରୋଲ, ଡିଜେଲ୍ ଓ ରନ୍ଧନ ଗ୍ୟାସ ଦରବୃଦ୍ଧି ବିରୋଧରେ ଛାତ୍ର କଂଗ୍ରେସର ବିକ୍ଷୋଭ
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :-ପୁର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରାଙ୍କ ନେତୃତ୍ୱରେ ଜିଲ୍ଲାର ବିଭିନ୍ନ କଲେଜର ଶତାଧିକ କଂଗ୍ରେସ ସମର୍ଥକ ଛାତ୍ରନେତା ଗୁରୁବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସି ପେଟ୍ରୋଲ, ଡିଜେଲ ଓ ରନ୍ଧନ ଗ୍ୟାସର ଅହେତୁକ ମୂଲ୍ୟ ବୃଦ୍ଧି ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଏଭଳି ଅବିଚାରିତ ଦରବୃଦ୍ଧି ବିରୋଧରେ ଜିଲ୍ଲାପାଳଙ୍କ ଜରିଆରେ କେନ୍ଦ୍ର ସରକାରଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ । ସେମାନଙ୍କ ଦାବି ଥିଲା ଯେ ଏଭଳି ଦରବୃଦ୍ଧି ଯୋଗୁଁ ୮୦ ଭାଗ ଲୋକ ଦୁର୍ବିସହ ଯନ୍ତ୍ରଣା ଭୋଗ କରୁଛନ୍ତି । ତେଣୁ କେନ୍ଦ୍ର ସରକାର ଏହି ୩ଟି ଅତ୍ୟାବଶ୍ୟକ ସାମଗ୍ରୀର ଦରହ୍ରାସ କରନ୍ତୁ । ଅନ୍ୟମାନଙ୍କ ମଧ୍ୟରେ ନରେଶ କୁମାର ଜେନା, ଉମେଶ ମଲ୍ଲିକ, ଶେଖ୍ ହାପିଉଦ୍ଦିନ୍, ରମେଶ ଚନ୍ଦ୍ର ଦାସ, ଉମାକାନ୍ତ ମଲ୍ଲିକ, ଅଶ୍ୱିନୀ କୁମାର ବେହେରା, ରାକେଶ ବେହେରା, ଆତେସାମ୍ ହୋସେନ୍ ପ୍ରମୁଖ ଶତାଧିକ ଛାତ୍ରନେତା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ସହକାରୀ ଜିଲ୍ଲାପାଳ ଘଟଣାସ୍ଥଳକୁ ଆସି ଦାବିପତ୍ର ଗ୍ରହଣ କରିଥିଲେ ।