୨୫ତମ ମୁଖ୍ୟ ନିର୍ବାଚନ କମିଶନର ଭାବେ ଦାୟିତ୍ୱ ଗ୍ରହଣ କଲେ ରାଜୀବ କୁମାର

ନୂଆଦିଲ୍ଲୀ, (ଓ୍ବାଇଏନ୍ଏସ୍) : ରାଜୀବ କୁମାର ନୂଆଦିଲ୍ଲୀସ୍ଥିତ ନିର୍ବାଚନ ସଦନ ଠାରେ ଭାରତର ୨୫ ତମ ମୁଖ୍ୟ ନିର୍ବାଚନ କମିଶନର ଭାବରେ ଦାୟିତ୍ୱ ଗ୍ରହଣ କରିଛନ୍ତି । ରାଜୀବ କୁମାର ୧ସେପ୍ଟେମ୍ବର, ୨୦୨୦ରୁ ଭାରତୀୟ ନିର୍ବାଚନ କମିଶନ (ଇସିଆଇ)ରେ ନିର୍ବାଚନ କମିଶନର ଭାବରେ କାର୍ଯ୍ୟକରି ଆସୁଛନ୍ତି । ନିର୍ବାଚନ କମିଶନର ଭାବରେ ତାଙ୍କର କାର୍ଯ୍ୟକାଳ ସମୟରେ, ୨୦୨୦ରେ ବିହାର ରାଜ୍ୟ ବିଧାନସଭା ନିର୍ବାଚନ, କୋଭିଡ୍ର ସମସ୍ୟା ଭିତରେ ମାର୍ଚ୍ଚ – ଏପ୍ରିଲ୍ ୨୦୨୧ରେ ଆସାମ, କେରଳ, ପୁଡୁଚେରୀ, ତାମିଲନାଡୁ, ପଶ୍ଚିମବଙ୍ଗ ରାଜ୍ୟରେ ନିର୍ବାଚନ ଏବଂ ଏବେ ୨୦୨୨ର ପ୍ରାରମ୍ଭିକ ପର୍ଯ୍ୟୟରେ ଗୋଆ, ମଣିପୁର, ପଞ୍ଜାବ, ଉତରାଖଣ୍ଡ, ଉତର ପ୍ରଦେଶରେ ମଧ୍ୟ ନିର୍ବାଚନ ଅନୁଷ୍ଠିତ ହୋଇଛି । ମୁଖ୍ୟ ନିର୍ବାଚନ କମିଶନର (ସିଇସି) ଭାବରେ ଦାୟିତ୍ୱ ଗ୍ରହଣ କରିବା ପରେ, ରାଜୀବ କୁମାର କହିଛନ୍ତି ଯେ, ଭାରତୀୟ ସମ୍ବିଧାନ, ଯାହା ଆମ ଗଣତନ୍ତ୍ରକୁ ମଜଭୁତ କରିଥାଏ, ତାହା ଦ୍ୱାରା ଉପହାର ଭାବରେ ଦିଆଯାଇଥିବା ଉତମ ସଂସ୍ଥା ଗୁଡିକ ମଧ୍ୟରୁ ଗୋଟିଏର ନେତୃତ୍ୱ ନେବା ପାଇଁ ଦାୟିତ୍ୱ ଦିଆ ଯାଇଥିବାରୁ ମୁଁ ଗୌରବାନ୍ୱିତ ଅନୁଭବ କରୁଛି । ସେ କହିଥିଲେ ଯେ, ଗତ ସତୁରି ବର୍ଷ ମଧ୍ୟରେ ଆମ ଦେଶର ନାଗରିକ ମାନଙ୍କୁ ସ୍ୱତନ୍ତ୍ର ଏବଂ ନିରପେକ୍ଷ ନିର୍ବାଚନ ସୁବିଧା ଦେବା ପାଇଁ, ମତଦାତା ମାନଙ୍କର ତାଲିକାର ଶୁଦ୍ଧତାକୁ ସୁନିଶ୍ଚିତ କରିବା ପାଇଁ, ଭ୍ରଷ୍ଟାଚାରକୁ ରୋକିବା ପାଇଁ ଏବଂ ଆମର ନିର୍ବାଚନର ଗୁଣବତ୍ତାକୁ ବୃଦ୍ଧି କରିବା ନିମନ୍ତେ କମିଶନ ଦ୍ୱାରା ବହୁତ କିଛି କରା ଯାଇଛି ।  ସେ ଆହୁରି ମଧ୍ୟ କହିଥିଲେ ଯେ, “କମିଶନ ସମ୍ବିଧାନ ନିୟମ ଅନୁସାରେ କୌଣସି ବି ବୃହତ ସଂସ୍କାର ଆଣିବା ନିମନ୍ତେ ପରାମର୍ଶ ଏବଂ ସର୍ବସମ୍ମତି ଭିତିରେ ସମୟ – ପରୀକ୍ଷଣ ଏବଂ ଲୋକତାନ୍ତ୍ରିକ ମାଧ୍ୟମ ଗୁଡିକର ପାଳନ କରିବ, ଭାରତୀୟ ନିର୍ବାଚନ କମିଶନ (ଇସିଆଇ) କଡା ପଦକ୍ଷେପ ନେବା କ୍ଷେତ୍ରରେ ପଛଘୁଂଚା ଦେବ ନାହିଁ । କୁମାର ଏହା ମଧ୍ୟ କହିଥିଲେ ଯେ, ଉନ୍ନତ ନିର୍ବାଚନ ପରିଚାଳନା ଏବଂ ସଂଚାଳନ ନିମନ୍ତେ ପାରଦର୍ଶିତା ଆଣିବା ଏବଂ ମତଦାତା ସେବାଗୁଡିକୁ ସହଜ କରିବା ନିମନ୍ତେ ପ୍ରକ୍ରିୟା ଗୁଡିକୁ ଏବଂ ପ୍ରଥା ଗୁଡିକୁ ସରଳୀକରଣ କରିବା ନିମନ୍ତେ ପ୍ରଯୁକ୍ତିକୁ ଭବିଷ୍ୟତରେ ପ୍ରମୁଖ ସାଧନ କରାଯିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ