ପେଟ୍ରୋଲ, ଡିଜେଲ ଓ ରୋଷେଇ ଗ୍ୟାସର ଦର ହ୍ରାସ ଦାବିରେ CPIMର ବିକ୍ଷୋଭ 

ବ୍ରହ୍ମପୁର, (ଯୁଗାବ୍ଦ ନ୍ୟୁଜ) :- ପେଟ୍ରୋଲ, ଡିଜେଲ ଓ ରୋଷେଇ ଗ୍ୟାସର ଦର ହ୍ରାସ ଦାବିରେ CPIM ପକ୍ଷରୁ ଦେଶ ବ୍ୟାପୀ ପେଟ୍ରୋଲ ପମ୍ପ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ପାଇଁ ଆହ୍ୱାନ ଦିଆଯାଇଥିଲା।ଏହି ପରିପ୍ରେକ୍ଷୀରେ ବ୍ରହ୍ମପୁରରେ pvn rao ଏବଂ କାର୍ଗିଲ ପେଟ୍ରୋଲ ପମ୍ପ ନିକଟରେ ପାର୍ଟି ପକ୍ଷରୁ ପ୍ରତିବାଦ କାର୍ଯ୍ୟକ୍ରମ ଆୟୋଜିତ କରାଯାଇଥିଲା । ଏଠାରେ ଆୟୋଜିତ ପ୍ରତିବାଦ ସଭାରେ ଜିଲ୍ଲା ସମ୍ପାଦକ ଯୁଧିଷ୍ଠିର ବେହେରା ଏହି ଦରବୃଦ୍ଧି ପାଇଁ କେନ୍ଦ୍ର ସରକାରଙ୍କୁ ସମ୍ପୁର୍ଣ୍ଣ ଦାୟୀ କରିଥିଲେ।କେନ୍ଦ୍ରର ବିଜେପି ସରକାର ଯେତେ ବାହାନା କଲେ ମଧ୍ୟ ପେଟ୍ରୋଲ ଉପରେ 55 ଟଙ୍କା ଓ ଡ଼ିଜେଲ ଉପରେ 44 ଟଙ୍କା ଟାକ୍ସ ସଂଗ୍ରହ ଯୋଗୁଁ ଦର ବୃଦ୍ଧି ହେଉଛି ବୋଲି ଉଲ୍ଲେଖ କରିଥିଲେ।ଏଥିରେ ରହିଛି ରାଜ୍ୟ ସରକାରଙ୍କ ଭାଟ ଟିକସ ମଧ୍ୟ ।ତେଣୁ ପେଟ୍ରୋଲ, ଡ଼ିଜେଲ ଓ ଗ୍ୟାସର ଦାମ ବୃଦ୍ଧି କେନ୍ଦ୍ର ଓ ରାଜ୍ୟ ସରକାର ଜାଣିଶୁଣି କରୁଛନ୍ତି।କାରଣ ଏଥିରୁ ବ୍ୟାପକ ରାଜସ୍ବ କେନ୍ଦ୍ର ସରକାର ଆଦାୟ କରୁଛନ୍ତି । 2014 ମସିହାରେ କେନ୍ଦ୍ର ସରକାର 74158 କୋଟିଟଙ୍କା ପେଟ୍ରୋଲିୟମ ସମଗ୍ରୀରୁ ଟିକସ ସଂଗ୍ରହ କରିଥିବା ବେଳେ 20-21ରେ 389000 କୋଟିଟଙ୍କା ସଂଗ୍ରହ କରିଛନ୍ତି।ଏଥିରେ 500 ଗୁଣ ବୃଦ୍ଧି ପାଇଛି ।ଯାହାର ପ୍ରଭାବ ପେଟ୍ରୋଲ ଓ ଡିଜେଲରେ ଦେଖାଦେଇଛି। ପେଟ୍ରୋଲିୟମ ପଦାର୍ଥର ଦର ବୃଦ୍ଧିର ମୁଖ୍ୟ କାରଣ ହେଉଛି କେନ୍ଦ୍ର -ରାଜ୍ୟ ସରକାରଙ୍କ ଟିକସ ସଂଗ୍ରହ ନିଶା।ତେଣୁ ଅତିଶୀଘ୍ର ଟିକସ ହ୍ରାସ କରି ପେଟ୍ରୋଲ, ଡ଼ିଜେଲ ଓ ଗ୍ୟାସର ଦର କମାଇବା ପାଇଁ ଦାବି କରିଥିଲେ । ଏଥିରେ ଗୋପାଳ ପାଣିଗ୍ରାହୀ, ବାବୁଲା ନାୟକ,କିଶୋର ମିଶ୍ର ହରି ନାହାକ, ଚିଟିବାବୁ,ସନ୍ତୋଷ ପାଣିଗ୍ରାହୀ, ଗୋପାଳ ମହାନ୍ତି, ମଧୁ ବେହେରା, ପୁରସ୍ତମ୍ ସାହୁ ପ୍ରମୁଖ ନେତୃତ୍ୱ ନେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ