ପେଟ୍ରୋଲ ଦାମ ୨୦ ପଇସା ହ୍ରାସ
ନୂଆଦିଲ୍ଲୀ: ପେଟ୍ରୋଲ ଲିଟର ପିଛା ୨୦ ପଇସା କମିଛି, ଯାହା ହାସ୍ୟପଦ, କାହିିଁକି ନା ବଢ଼ିଲା ବେଳେ ଏକା ଥରକେ ୩ ଟଙ୍କା ବଢ଼ୁଥିବା ବେଳେ କମିବା ବେଳେ ମାତ୍ର ୨୦ ପଇସା ଏହା ଗ୍ରାହକୁ ଆଶ୍ୱସ୍ତି ପ୍ରଦାନ କରିବ କଣ ଏହା ଗ୍ରାହକଙ୍କ ପାଇଁ ହାସ୍ୟପଦ ପାଲଟିଛି । ପେଟ୍ରୋଲ ଦାମ ୨୦ ପଇସା ଶସ୍ତା ହୋଇଛି । ଆଉ ଆଜି ପ୍ରାୟ ମାସକ ପରେ ଏଥିରେ ସାମାନ୍ୟ ପରିବର୍ତ୍ତନ ହୋଇଛି । ରାଜଧାନୀ ଦିଲ୍ଲୀରେ ଆଜି ପେଟ୍ରୋଲର ଦାମ ଲିଟର ପ୍ରତି ୧୦୧ ଟଙ୍କା ୬୪ ପଇସା ଥିବାବେଳେ ଡିଜେଲର ଦାମ ୮୯.୦୭ ଟଙ୍କା ରହିଛି । ସେହିପରି ମୁମ୍ବାଇରେ ଡିଜେଲ ଦାମ ୯୬.୬୪ ଟଙ୍କା ଥିବାବେଳେ ପେଟ୍ରୋଲ ଲିଟର ପ୍ରତି ଦାମ ୧୦୭.୬୬ ଟଙ୍କା ରହିଛି । ତେବେ ଦୀର୍ଘ ୩୫ ଦିନ ପରେ ପେଟ୍ରୋଲ ରେଟରେ ସାମାନ୍ୟ ପରିବର୍ତ୍ତନ ହୋଇଛି । ଶେଷ ଥର ପାଇଁ ଗତ ଜୁଲାଇ ୧୭ ତାରିଖରେ ପେଟ୍ରୋଲ ରେଟରେ ପରିବର୍ତ୍ତନ ହୋଇଥିଲା । ଜୁଲାଇ ୧୮ ତାରିଖରୁ ସାରା ଦେଶରେ ପେଟ୍ରୋଲ ରେଟରେ କୌଣସି ପରିବର୍ତ୍ତନ ହୋଇନଥିଲା । ଏବେ ପ୍ରାୟ ମାସକ ପରେ ଏଥିରେ ସାମାନ୍ୟ ପରିବର୍ତ୍ତନ ହୋଇଛି । ସେପଟେ ଅଗଷ୍ଟ ୧୮ରୁ ୨୦ ମଧ୍ୟରେ ଡିଜେଲ ଦାମ ଲଗାତାର ଶସ୍ତା ହେଉଥିବା ଦେଖିବାକୁ ମିଳୁଛି । ଆଜି ମଧ୍ୟ ଡିଜେଲ ଦାମ ୨୦ ପଇସା କମ୍ ହୋଇଥିବା ସୂଚନା ମିଳିଛି ।