ପେଟ ଅଲସର ପାଇଁ ଦେଶୀ ଚିକିତ୍ସା
ଅନିୟନ୍ତ୍ରିତ ଓ ଅନିୟମିତ ଖାଦ୍ୟପେୟ ପାଇଁ ପେଟ ଯନ୍ତ୍ରଣା ଓ ଛାତି ପୋଡ଼ା ଜଳା ହେବା ସମସ୍ୟା ଏକ ସାଧାରଣ କଥାରେ ପରିଣତ ହୋଇଛି। କନ୍ତୁ ଏହା ଯେତେବେଳେ ଏହି ଯନ୍ତ୍ରଣା ସହିବାର ସୀମାଠାରୁ ବଳିଯାଏ, ସେତେବେଳେ ଏହାକୁ ଅଣଦେଖା କରିବା ଉଚିତ ନୁହେଁ। ଏହି ସମସ୍ୟାର ତୁରନ୍ତ ଚିକିତ୍ସା କରାଯିବା ଉଚିତ। ନଚେତ୍ ଏହା ପେଟରେ ଅଲ୍ସର ହେବା କାରଣ ପାଲଟିପାରେ। ଯେଉଁଥି ପାଇଁ ପେଟରେ କ୍ଷତ ଓ ଘା’ ହେବାରେ ଲାଗିଥାଏ। ଏପରିସ୍ଥଳେ ପେଟ ଯନ୍ତ୍ରଣା, ଗ୍ୟାସ୍ ହେବା ଆଦି ଅଲ୍ସରର ଲକ୍ଷଣ ହୋଇପାରେ। ଚାଲନ୍ତୁ ଜାଣିବା ପେଟରେ ଅଲ୍ସର ହେବା ଲକ୍ଷଣ ଓ ଏଥିରୁ ମୁକ୍ତି ପାଇବାର କେତେକ ଘରୋଇ ଉପାୟ ସମ୍ପର୍କରେ।
ଅଲ୍ସର ହେବାର ଲକ୍ଷଣ : ଓଜନ କମ୍ ହେବା, ଭୋକ ନ ଲାଗିବା, ଛାତି ଓ ଅନ୍ତନଳୀରେ ପୋଡ଼ା ଜଳା ହେବା, ଆମ୍ବିଳା ହେକୁଟି ହେବା, ପେଟରେ ଗ୍ୟାସ୍, ପେଟରେ ଘା ହେବା ଆଦି ପେଟ ଅଲ୍ସରର ଲକ୍ଷଣ।
ବେଲ ଜୁସ୍ : ବେଲ ଜୁସ୍ ଥଣ୍ଡା ହେବା ସହିତ ଶରୀରକୁ ଥଣ୍ଡା ପହଞ୍ଚାଇବା ସହିତ ଗ୍ୟାସ୍, କୋଷ୍ଠକାଠିନ୍ୟ, ପେଟ ଯନ୍ତ୍ରଣା ଭଳି ପେଟ ଜନିତ ସମସ୍ୟାରୁ ଆରାମ ମିଳିଥାଏ।
ବାଦାମ : ରାତିରେ ପିସ୍ତା ବାଦାମ ଭିଜାଇ ସକାଳୁ ସେବନ କରିବା ଦ୍ବାରା ମଧ୍ୟ ଅଲ୍ସରରୁ ମୁକ୍ତି ମିଳିଥାଏ।
ହଳଦୀଯୁକ୍ତ କ୍ଷୀର : ନିୟମିତ ଭାବେ ଗାଈ କ୍ଷୀରରେ ହଳଦୀ ମିଶାଇ ପିଇବା ଦ୍ବାରା ଅଲ୍ସର ପାଇଁ ଫାଇଦା ମିଳିଥାଏ।
ପଇଡ଼ ପାଣି : ଏହା ପେଟରେ ଥିବା ପୋକକୁ ମାରିବାରେ ସାହାଯ୍ୟ କରେ। ଯେଉଁଥିରେ ଅଲସର ସମସ୍ୟାରୁ ଆରାମ ମିଳିଥାଏ।
କଦଳୀ : କଦଳୀରେ ଥିବା ପୃଷ୍ଟିକର ତତ୍ତ୍ବ ଓ ଆଣ୍ଟିବ୍ୟାକ୍ଟେରିଆଲ ଗୁଣ କାରଣରୁ ଏହାର ନିୟମିତ ରୂପରେ ସେବନ କରିବା ଉଚିତ। ଏହା ଅମ୍ଳ ସମସ୍ୟାରୁ ମଧ୍ୟ ଆରାମ ଦେଇ ଅଲସରକୁ ଠିକ୍ କରିବାରେ ସାହାଯ୍ୟ କରେ।
ସାଦା ଭୋଜନ : ଅଲ୍ସର ସମସ୍ୟା ହେଲେ ବାହାର ଖାଦ୍ୟ କିମ୍ବା ଅଧିକ ତୈଳୀୟ ଖାଦ୍ୟ ଖାଇବାଠାରୁ ଦୂରେଇ ରହନ୍ତୁ। ଏପରି କରିବା ଦ୍ବାରା ଅଲ୍ସର ଶୀଘ୍ର ଠିକ୍ ହେବାରେ ସାହାଯ୍ୟ ମିଳିଥାଏ।