ବିଶ୍ୱର ସବୁଠାରୁ ବୟୋଜ୍ୟେଷ୍ଠ ଜୀବିତ ବ୍ୟକ୍ତି

ଜାପାନର ଚିତେସ୍ତୁ ବତନାବେ ବିଶ୍ୱର ସବୁଠାରୁ ବୟୋଜ୍ୟେଷ୍ଠ ଜୀବିତ ବ୍ୟକ୍ତି ଭାବେ ନୂଆ ରେକର୍ଡ କରିଛନ୍ତି । ଚଳିତ ବର୍ଷ ଫେବୃଆରୀ ୧୨ ତାରିଖରେ ଏହି ବୃଦ୍ଧ ଜଣଙ୍କର ବୟସ ୧୧୨ ବର୍ଷ ୩୪୪ ଦିନ ହୋଇଛି । ଚିତେସ୍ତୁଙ୍କ ଜନ୍ମ ମାର୍ଚ୍ଚ ୫ରେ ନିଗାତାରେ ୧୯୦୭ ମସିହାରେ ହୋଇଥିଲା । ଗିନିଜ ୱାର୍ଲ ରେକର୍ଡ ବୁଧବାର ତାଙ୍କ ଘରେ ଯାଇ ସାର୍ଟିଫିକେଟ୍‌ ଦେଇଛନ୍ତି । ୮ଟି ସନ୍ତାନଙ୍କ ବାପା ଚିତେସ୍ତୁ ପୂର୍ବରୁ ଆଖୁ ଚାଷ କରୁଥିଲେ । ପରିବାର ସଦସ୍ୟଙ୍କ କହିବା ମୁତାବକ, ସେ କେବେହେଲେ ରାଗନ୍ତି ନାହିଁ ଏବଂ ବଡ଼ ପାଟି କରି ମଧ୍ୟ କଥାବାର୍ତ୍ତା କରନ୍ତି ନାହିଁ । ଚିତେସ୍ତୁ ସର୍ବଦା ଖୁସି ରହିଥାନ୍ତି । କୃଷିବିଜ୍ଞାନରେ ସ୍ନାତକ କରିସାରିବା ପରେ ସେ ତାଇୱାନ ଚାଲିଯାଇ ସେଠାରେ ଏକ ଆଖୁ ବଗିଚାରେ କାମ କରୁଥିଲେ । ଏହା ପରେ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ସେନାରେ ଯୋଗ ଦେଇଥିଲେ । ଏହାପରେ ସେ ନିଗାତା ଫେରିଆସି ସରକାରୀ ଅଫିସ୍‌ରେ ଅବସର ନେବା ପର୍ଯ୍ୟନ୍ତ କାର୍ଯ୍ୟଭାର ତୁଲାଇଥିଲେ । ଚିତେସ୍ତୁଙ୍କ ପୂର୍ବରୁ ଜାପାନର ସବୁଠାରୁ ବୟୋଜ୍ୟେଷ୍ଠ ପୁରୁଷ ଭାବେ ମାସାଜୋ ନୋନାକୋ ଜଣାଶୁଣା ଥିଲେ । ତାଙ୍କର ମୃତ୍ୟୁ ୧୨ ଜୁନ୍‌ ୨୦୧୩ରେ ହୋଇଥିଲା । ମୃତ୍ୟୁ ବେଳକୁ ମାସାଜୋଙ୍କ ବୟସ ୧୧୩ ବର୍ଷ ୫୪ ଦିନ ହୋଇଥିଲା । ସେ ଜାପାନର ସବୁଠାରୁ ବୟୋଜ୍ୟେଷ୍ଠ ମହିଳା(୧୧୭ବର୍ଷ) କେନ ତନାକାଙ୍କଠାରୁ ଚାରି ବର୍ଷ ସାନ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ