ପେଟ ପାଟଣା ପାଇଁ ଯାଉଥିଲେ, ଶବ ହୋଇ ଫେରିଲେ
ଭଞ୍ଜନଗର,(ସନ୍ତୋଷ ଜେନା):ପୁଣି ଗଞ୍ଜମରୁ ଆସିଲା ଦାଦନ ମୃତ୍ୟୁ ଘଟଣା । ବେଙ୍ଗାଲୁରୁ ରେ କାମ କରୁଥିବା ୨୫ ବର୍ଷୀୟ ଯୁବକ ନିଜ ଗାଁ କୁ ଏକ ଭୋଜିରେ ଯୋଗ ଦେବା ପାଇଁ ଆସି ପୁଣି ବେଙ୍ଗାଲୁରୁ ଫେରୁଥିବା ବେଳେ ରାସ୍ତା ରେ ରେଳ ଧରଣାରୁ କ୍ଷତାକ୍ତ ଶବ ଉଧାର ହୋଇଛି । ମୃତ୍ୟୁର କାରଣ ସ୍ପଷ୍ଟ ହୋଇନଥିବା ବେଳେ ମୃତ୍ୟୁକୁ ନେଇ ବିଭିନ୍ନ କଥା ଆଲୋଚନା ହେଉଛି ।
ଗଂଜାମ ଜଗନ୍ନାଥପ୍ରସାଦ ବ୍ଲକ ବେଲଗୁଣ୍ଠା ଥାନା ଅନ୍ତର୍ଗତ ଅଢେ଼ଇଗାଁ ରେ ଆଜି ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ମୃତ୍ୟୁ ଖବର ପାଇବାର ଚାରିଦିନ ପରେ ଗାଁ ରେ ଶବ ପଂହଁଚିଛି । ଏକ ମାତ୍ର ଭେଣ୍ଡିଆ ପୁଅକୁ ହରାଇ ଭାଙ୍ଗିପଡିଛନ୍ତି ପରିବାର ଲୋକ । ମୁଣ୍ଡ କଚାଡି କାନ୍ଦିବା ଛଡା ଆଉ କିଛି ନାହିଁ । ଗାଁ ର ସୁନାପୁଅ ଆଶିଷ ବିଷୋୟୀ ବେଙ୍ଗାଲୁର ର ଏକ ପ୍ରାଇଭେଟ କମ୍ପାନୀରେ କାମ କାରୁଥିଲା । ଗତ ୨୫ ତାରିଖରେ ଗାଁ କୁ ଆସି ତିନି ତାରିଖ ରେ ଭୁବନେଶ୍ୱର ରୁ ବେଙ୍ଗାଳୁରୁ ଯାଉଥିବା ବେଳେ କିଭଳି ପରିସ୍ଥିତି ରେ ମୃତ୍ୟୁ ଘଟିଛି ଏହାକୁ ନେଇ ସନ୍ଦେହ କରିଛନ୍ତି ଗ୍ରାମବାସୀ । ମୃତ ଶରୀର ଦେଖିବାକୁ ଗାଁ ରେ ପ୍ରବଳ ଭିଡ । ରାଜ୍ୟରେ କୌଣସି ରୋଜଗାର ଵ୍ୟଵସ୍ଥା ନଥିବା ବେଳେ ପ୍ରତି ଗାଁ ରୁ ଶହଶହ ଲୋକ ପେଟପାଟଣା ପାଇଁ ରାଜ୍ୟ ବାହାରକୁ ଯାଉଛନ୍ତି ଓ ଅନେକ ଶବ ଫେରୁଛି । କେବେ ଏ ଦୁଃଖ ହଟିବ ବୋଲି ବୁଦ୍ଧିଜୀବି ମହଲ ରେ ଚର୍ଚ୍ଚା ଜୋର ଧରିଛି |