ବିଦ୍ୟା ବିହାରରେ ବିଶ୍ୱ ରେଡ଼କ୍ରସ ଦିବସ ପାଳିତ

ଗାଙ୍ଗପୁର,(ସନ୍ତୋଷ କୁମାର ବିଷୋଇ):ବେଲଗୁଣ୍ଠା ବ୍ଳକ୍ କ୍ଷତ୍ରିୟବରପୁର ସ୍ଥିତ ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଯୁବ ରେଡ଼କ୍ରସ ଶାଖା ତରଫରୁ ” ବିଶ୍ୱ  ରେଡ଼କ୍ରସ୍ ଦିବସ ” ଦିବସ ପାଳିତ ହୋଇଯାଇଛି। ଅଧ୍ୟକ୍ଷ ବିଷ୍ଣୁ ପ୍ରସାଦ ପଟ୍ଟନାୟକଙ୍କ ପୌରୋହିତ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମକୁ ଯୁବ ରେଡ଼କ୍ରସ୍ ଉପଦେଷ୍ଟା ସୁଶାନ୍ତ କୁମାର ଲେଙ୍କା ସଂଯୋଜନା କରିଥିଲେ। ରେଡ଼କ୍ରସ୍ ସଂସ୍ଥାର ପ୍ରତିଷ୍ଠାତା ହେନେରୀ ଡୁନାଣ୍ଟଙ୍କ ଜନ୍ମଦିନକୁ ମନେପକାଇବାକୁ ମଇ ୮ ତାରିଖକୁ ବିଶ୍ୱ  ରେଡ଼କ୍ରସ ଦିବସ ଭାବେ ପାଳନ କରାଯାଉଛି। ମଞ୍ଚାସୀନ ଅତିଥିମାନେ ପ୍ରତିଷ୍ଠାତାଙ୍କର ସମାଜ ସେବା ଗୁଣାବଳିର ଆଲୋଚନା କରିଥିଲେ। ସମାଜ ପ୍ରତି ଉକ୍ତ ସଂସ୍ଥାର ଅବଦାନ ଉଚ୍ଚ କୋଟିର ଏବଂ ଅତୀବ ପ୍ରଶଂସନୀୟ ବୋଲି ସମସ୍ତ ଅତିଥିମାନେ ସ୍ୱୀକାର କରିଥିଲେ। ସ୍ଵେଚ୍ଛାସେବୀମାନେ ମିଳିତ ଭାବେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରକୁ ପରିଷ୍କାର କରିବା ସହ ଉଦ୍ୟାନରେ ଥିବା ଔଷଧିୟ ବୃକ୍ଷମାନଙ୍କୁ ଜଳ ପ୍ରଦାନ କରି ବାଟୋଇ ମାନଙ୍କୁ ପଣା ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମ ଶେଷରେ ଯୁବ ରେଡ଼କ୍ରସ୍ ସହ ଉପଦେଷ୍ଟା ସ୍ୱରୂପା ରାଣୀ ବିଶ୍ୱାଳ ଧନ୍ୟବାଦ ଅର୍ପଣ କରିଥିଲେ। ଅନୁଷ୍ଠାନର କର୍ମଚାରୀ ଯଥାକ୍ରମେ କୁମୁଦ ଚନ୍ଦ୍ର ମହାପାତ୍ର,ପି ଦୀପକ ରାଓ, ଦେବେଶ ଚନ୍ଦ୍ର ମହାପାତ୍ର, ଗଙ୍ଗାଧର ରଣା , ତ୍ରିନାଥ ବେହେରା, ଜୟଶ୍ରୀ ସେଠି,ଭାରତୀ ବିଶ୍ୱାଳ, ରାମଚନ୍ଦ୍ର ନାୟକ, ପଦ୍ମ ଚରଣ ନାୟକ, ମହେଶ୍ୱର ନାଇକ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ