ପେସାରେ ପୁରହିତ ନିଶା ନିଆରା ଟାଙ୍ଗରା ଭୂମିରେ ସୁନା ଫଳାଇଲେ ଆଲୋକ
ଉଦଳା(ରାଜୀବ ବେହେରା): ନାମ ଯେମିତି ଆଉ କାମ ମଧ୍ୟ ସେମିତି, ଆଉ ଆଜି ଚର୍ଚ୍ଚାରେ l ଏ ହେଉଛନ୍ତି ଆଲୋକ କର ବୟସ ୬୨ ବର୍ଷ ସରକାରୀ ସାହାୟତାରୁ ବଞ୍ଚିତ ହୋଇ ନିଜ କୌଶଳରେ ଟାଙ୍ଗରେ ଭୂଇଁ ରେ ଏମିତି କିଛି କରି ଏବେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲୋଟି ଛନ୍ତି ଆଲୋକ l କର୍ମ ମୟ ବ୍ୟସ୍ତ ବହୁଳ ଜୀବନରେ କେଵେ ଥକି ନଥିବା କଥା କହି ଛନ୍ତି l ପେସା ସହିତ ଚାଷ କରିବାର ନିଶା କୁ ଜାରି ରଖି ଛନ୍ତି l ଯାହା ପିଲାଟି ଦିନରୁ ତାଙ୍କର ବହୁତ ଆଶା ରହି ଥିଲା l ମଣିଷ ବଞ୍ଚରହି ବାକୁ ହେଲେ ଖାଦ୍ୟ ଶସ୍ୟର ଯଥେଷ୍ଟ ଆବଶ୍ୟକତା ରହିଛି l ତେଣୁ ଖାଦ୍ୟ ଶସ୍ୟ ଉତ୍ପାଦନରେ ଚାଷୀ ର ଭୂମିକା ଶୀର୍ଷରେ ରହିଛି l ବାସ୍ତବରେ ଚାଷ ଏବଂ ଚାଷୀ ଏହି ଦୁଇଟି ଶବ୍ଦ ପରିପୂରକ , ଯାହାକୁ ଯଥାର୍ଥ କରି ଦେଖାଇ ଛନ୍ତି ଆଲୋକ l ଦୁହେଁ ଅତ ପ୍ରତ ଭାବେ ଜଡିତ l ଯେମିତି ମୁଦ୍ରାର ଦୁଇ ପାର୍ଶ୍ୱ ସଦୃଶ, ଗୋଟେ କୁ ଛାଡିଲେ ଅନ୍ୟ ଟି ଅସମ୍ପୂର୍ଣ, ଦୁଇଟି ପାର୍ଶ୍ୱ ଗୁରୁତ୍ୱ ପୂର୍ଣ୍ଣ , କଥାରେ ଅଛି ll ଚାଷ କାମ ଯାହାର କେତେ ସୁଖ ତାହାର, ସେଇ ସିନା ଦୁନିଆକୁ ଜୋଗାଉଛି ଆହାର, ଅlସଚାଷ କରିବା, କଳ, ହଳ ଧରିବା, ବେଳ ଦେଖି ସାର ଦେଇ ବୁଣା ବୁଣି ସାରିବା ll ! ଏହି ଉକ୍ତି ଟିକୁ ଯଥାର୍ଥ ଏବଂ ସାର୍ଥକ କରି ଦେଖାଇ ଛନ୍ତି ଆଲୋକ l ଆଧୁନିକ ଯୁଗରେ ଏଭଳି କିଛି କରି ଦେଖାଇ ଛନ୍ତି ଆଉ ଉଦାହରଣ ସାଜି ଛନ୍ତି l ମୟୁରଭଞ୍ଜ ଭଞ୍ଜ ଜିଲ୍ଲା ଉଦଳା ବ୍ଲକ ଅଧୀନ ଭୀମତାଳି ଗ୍ରାମରରେ ବସବାସ କରୁଛନ୍ତି ଆଲୋକ l ଜାତିରେ ବ୍ରlହ୍ମଣ ଜାତି ଶ୍ରେଷ୍ଠ ବ୍ରlହ୍ମଣ ବ୍ରlହ୍ମଣ କୂଳରେ ଜନ୍ମ ହୋଇ ଛନ୍ତି ସତ.. ପିଲାଟି ଦିନରୁ ଚାଷ ପ୍ରତି ତାଙ୍କର ଭାରି ଅଗ୍ରହ ଥିଲା, ବଡ଼ ହେବା ପରେ ଉଚ୍ଚ ଶିକ୍ଷା ଲାଭ କରି ସ୍ନାତକ ହାସଲ କରିବା ପରେ ମଧ୍ୟ ପିଲାଟି ଦିନରୁ ଦେଖିଥିବା ସ୍ବପ୍ନ ସାକାର କରି ଦେଖାଇ ଛନ୍ତି l ଆଉ ଜଣେ ସଫଳ ଚାଷୀ ହୋଇ ପlରିବା ସହିତ ଅଞ୍ଚଳ ତଥା ବାହାରେ ମଧ୍ୟ ବହୁ ପ୍ରଶଂସା ସାଉଣ୍ଟୁ ଛନ୍ତି , ଏଥିପାଇଁ ବହୁ ପୁରସ୍କାର ମଧ୍ୟ ପାଇ ଛନ୍ତି .l ସରକାର କୃଷିର ବିକାଶ ପାଇଁ ବିଭିନ୍ନ ପ୍ରକାର ଚାଷ ପାଇଁ ଅଗ୍ରାଧିକାର ଦେଉଥିବା ବେଳେ, ସମସ୍ତ ପ୍ରକାର ବିହନ ଯୋଗାଉ ଯୋଗାଉ ଛନ୍ତି l ମାତ୍ର ଏହି ସୁବିଧା ନାମକୁ ମାତ୍ର ସୀମିତ ରହିଛି,ଏହା ପ୍ରକୃତ ଚାଷୀ ନିକଟରେ ପହଞ୍ଚି ପାରୁନାହିଁ l କିଛି ଅଯୋଗ୍ୟ ଚାଷୀ ଙ୍କ ପାଇଁ ପ୍ରକୃତ ଚାଷୀଟି ସରକାରୀ ସହାୟତା ପାଇବାରେ ବଞ୍ଚିତ ହେଉଛନ୍ତି l ଯଦି ସରକାର ରବି ଜାତୀୟ ଫସଲ ଆଳୁ, ଅଦା, ମୁଗ ବିରି ଭଳି ଚାଷକୁ ବିଶେଷ ପ୍ରାଧାନ୍ୟ ଦେଉଥିବା ବେଳେ ସାମ୍ନାକୁ ଆସିଲା ଆଲୋକ ଙ୍କ ଚିତ୍ର l ଶାନ୍ତ ସରଳ ମଣିଷ ଟିଏ, ଆଉ ସେ ବ୍ରlହ୍ମଣ ପରିବାର
ତିଥି ବାର ବ୍ରତ ସମୟ ରେ ଲୋକଙ୍କ ଘରେ ଘରେ ପୂଜା ପୋଟଳ କରି ପରିବାର ପ୍ରତି ପୋଷଣ କରୁଥିବା ବେଳେ ନିଶା ତାଙ୍କର ନିଆରା ଏଥିପାଇଁ ପୂର୍ବରୁ ସରକାର ଙ୍କ ତରଫରୁ ଏକ ସୌରଚାଳିତ ଏକ ପାଣି ପମ୍ପ ପାଇ ଛନ୍ତି ,ଏବେ ସେହି ପାଣି ପମ୍ପ ସହାୟତାରେ ଆଲୋକ, ନିଜର ଏତେ ପରିମାଣରେ ଜାଗା ନଥିଲେ ମଧ୍ୟ ଗ୍ରାମ ବlସି ମାନଙ୍କ ସହାୟତାରେ ଏହି ଟାଙ୍ଗରା ଭୂଇଁ ଏକ ମାଧ୍ୟମ ହୋଇ ଥିଲା l ଏବେ ୪/୫ ଏକର ଟାଙ୍ଗରା ଭୂଇଁ ରେ ଭଳିକି ଭଳି ଚାଷ କରୁଛନ୍ତି ନିଜର ସ୍ବପ୍ନ ସାକାର କରି ବର୍ଷ ତମାମ ନିଜେ ରୋଜଗାର କରିବା ସହିତ ବାଡ଼ି ରେ କାମ କରୁଥିବା ବହୁ ଲୋକଙ୍କୁ ରୋଜଗାର ଦେଉଛନ୍ତି l ଆଲୋକ ଙ୍କ ପାଇଁ କିଛି ପରିବାର ଖୁସିରେ ଦି ପଇସା ରୋଜଗାର କରୁଛନ୍ତି ସେମାନଙ୍କ ଘରେ ଦିଅଳି ଦିମୁଠା ଦାନା ପହଞ୍ଚି ପାରୁଛି l ଆଲୋକ ଗରିବ ନିଜ ପେସା ରେ ଯାହା ରୋଜଗାର କରିଛନ୍ତି ତାହା ଆଜିର ଦୁନିଆରେ ପରିବାର ପ୍ରତି ପୋଷଣ କରିବା ଅସମ୍ଭବ…
ଏଥିପାଇଁ ସେ ଅଧିକ କିଛି ଅର୍ଥ ଉପାର୍ଜନ କରିବାକୁ ଯୋଜନା କରି ଆଜି ନିଜେ ରୋଜଗାର କ୍ଷମ ହେବା ସହିତ ବହୁ ପରିବାର ଅର୍ଣ୍ଣଦାତା ହୋଇ ଛନ୍ତି, ଆଉ ସେମାଙ୍କୁ ରୋଜଗାର ମଧ୍ୟ ଦେଉଛନ୍ତି l
ପେସାରେ ଜଣେ ସଫଳ ଚାଷୀ ପାଲୋଟି ଛନ୍ତି , ଯାହା ଆଜିର ଦୁନିଆରେ ନିଆରା l ତାଙ୍କ ଚାଷ ଦେଖିଲେ ଆଶ୍ଚର୍ଯ୍ୟ ହୋଇ ଯିବେ l ତାଙ୍କ ହାତରେ ଏକ ପ୍ରକାର ଯାଦୁରହିଛି l ସେଥିପାଇଁ ଆଜି ଟାଙ୍ଗରା ମରୁ ଭୁଇଁ ରେ ସୁନା ଉଗାଳି ଛନ୍ତି l ଗ୍ରାମବାସୀ ମାନେ ଆଲୋକ ଙ୍କୁ ସରକାରଙ୍କ ତରଫରୁ ଅଧିକ ଚାଷ ପାଇଁ ସରକାରୀ ସହାୟତା ପାଇଁ ନିବେଦନ କରିଛନ୍ତି , ଅଧିକ ସାହାଯ୍ୟ ପାଇଲେ ନିଜର ଉର୍ନତି ହେବା ସହିତ ଅଂଚଳର ବିକାଶ ପାଇଁ ଏକ ମିଶାଲ ହେବ l