ପେସା ବଦଳାଇବେ ସନା!
ଶିଶୁ କଳାକାର ଭାବେ ପ୍ରସିଦ୍ଧି ଲାଭ କରିଥିବା ଏବଂ ବଡ଼ ହେବା ପରେ ପେସାଦାର ଅଭିନେତ୍ରୀ ଜୀବନରେ ଶତ ପ୍ରତିଶତ ବିଫଳ ହୋଇଥିବା କଳାକାରଙ୍କ ମଧ୍ୟରେ ସନା ସଈଦ ଜଣେ । ୧୯୯୮ରେ “କୁଛ କୁଛ ହୋତା ହେ?’ ମାଧ୍ୟମରେ ସନାଙ୍କର ଶିଶୁ କଳାକାର ଜୀବନ ଆରମ୍ଭ ହୋଇଥିଲା । ତାହା ପରେ “ହର ଦିଲ ଜୋ ପ୍ୟାର କରେଗା’, “ବାଦଲ’ ଆଦି ଫିଲ୍ମ ଏବଂ କେତୋଟି ଟେଲିଭିଜନ୍ ଧାରାବାହିକ । ୨୦୧୨ରେ “ଷ୍ଟୁଡେଣ୍ଟ ଅଫ୍ ଦ ଇଅର୍’ରେ ପାଶ୍ୱର୍-ଅଭିନେତ୍ରୀ ଭୂମିକାରେ ସନା ଅଭିନୟ କରି, ଦର୍ଶକ ତଥା ସମୀକ୍ଷକଙ୍କୁ ଚମକ୍ରୃତ କରିଥିଲେ । ଫିଲ୍ମଟି ସଫଳ ହୋଇଥିଲା; ତେବେ, ତାଙ୍କର ଅଭିନେତ୍ରୀ ଜୀବନ ଏକ ରକମ ବିଫଳ! କାରଣ ତାହା ପରେ ସେ ଥରଟିଏ ମାତ୍ର ଆଇଟମ୍ ନମ୍ବର୍ ପରିବେଷଣ କରିଥିଲେ “ଫଗଲୀ’ରେ । ବାସ୍, ଆଉ କୌଣସି ଫିଲ୍ମ ପାଇନାହାନ୍ତି । ଏବେ ସନାଙ୍କ ବୟସ ତିରିଶ । ପେସାଦାର ଜୀବନ ଟେଲିଭିଜନ୍ ଧାରାବାହିକ ଏବଂ ରିଅଲିଟି ସୋ ମଧ୍ୟରେ ସୀମିତ; ତାହା ବି କ୍ୱଚିତ୍ । ତେଣୁ, ପେସା ବଦଳାଇବା ପାଇଁ ଚିନ୍ତା କରୁଛନ୍ତି!