ପୋଖରିରୁ ମହିଳାଙ୍କ ମୃତଦେହ ଉଦ୍ଧାର
ନୟାଗଡ (ଯୁଗାବ୍ଦ ନ୍ୟୁଜ୍): ନୟାଗଡ ଜିଲ୍ଲା ରଣପୁର ଥାନା ରାଜ ସୁନାଖଳା ତାଳକଣି ଗାଁ ନିକଟ ପୋଖରିରୁ ମହିଳାଙ୍କ ମ୍ରୁତଦେହ ଉଦ୍ଦାର ହୋଇଛି। ମ୍ରୁତ ମହିଳା ଜଣକ ହେଲେ ପ୍ରଭାସିନୀ ବେହେରା । ପ୍ରଭାସିନି ଭୋର ସମୟରେ ଗାଁ ନିକଟ ପୋଖରୀକୁ ଗାଧୋଇବାକୁ ଯାଇ ଦୀର୍ଘ ସମୟ ଧରି ଘରକୁ ନ ଫେରିବାରୁ ପରିବାର ପକ୍ଷରୁ ଖୋଜାଖୋଜି କରିବାରୁ ଗାଁନିକଟ ପୋଖରୀ ଭିତରେ ପ୍ରଭାସିନୀ ଙ୍କ ମୃତ ଦେହ ଭାସୁଥିବା ଦେଖିବାକୁ ମିଳିଥିଲା ।ମୃତ ମହିଳାଙ୍କ ବେକ ରେ କ୍ଷତ ଚିହ୍ନ ଥିବା ଦେଖିବାକୁ ମିଳିଛି । ପ୍ରଭାସିନୀ ଙ୍କୁ ହତ୍ୟା କରାଯାଇ ଥାଇ ପାରେ ବୋଲି ପରିବାର ପକ୍ଷରୁ ସନ୍ଦେହ କରାଯାଉଛି। ଅନ୍ୟ ପକ୍ଷରେ ଉକ୍ତ ପୋଖରୀ ରେ ମାତ୍ର ୨ ଫୁଟ ଉଚ୍ଚତା ର ପାଣି ଥିବାରୁ ଜଣେ ବ୍ୟକ୍ତି ବୁଡି ଯିବା ଭଳି ପରିସ୍ଥିତି ନ ଥିବା ସନ୍ଦେହ କୁ ଆହୁରି ଘନୀଭୂତ କରିଛି ।ରାଜ- ସୁନାଖଳା ପୋଲିସ ଘଟଣା ସ୍ଥଳ ରେ ପହଁଚି ତଦନ୍ତ ଚଳାଇଛି ।