ପୈାରସଂସ୍ଥା ପକ୍ଷରୁ ଆବାସ ଯୋଜନା କାର୍ଯ୍ୟାଦ୍ଦେଶ ବଣ୍ଟନ ଓ ବୃକ୍ଷରୋପଣ
କେନ୍ଦ୍ରାପଡ଼ା, (ଚିତ୍ତରଂଜନ ଦାସ):କେନ୍ଦ୍ରାପଡା ପୈାରସଂସ୍ଥା ପକ୍ଷରୁ ଗୁରୁବାର ଟାଉନହଲ ପରିସରରେ ସହରାଞ୍ଚଳ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହିତାଧିକାରୀମାନଙ୍କୁ କାର୍ଯ୍ୟାଦ୍ଦେଶ ବଣ୍ଟନ କରାଯିବା ସହିତ ପୈାରସଂସ୍ଥା ପରିସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ପୈାରନିର୍ବାହୀ ଅଧିକାରୀ ଦେବ ପ୍ରସାଦ ବଳଙ୍କ ପୈାରହିତ୍ୟରେ ଅନୁଷ୍ଠିତ ଉତ୍ସବରେ କେନ୍ଦ୍ରାପଡା ବିଧାୟକ ଶଶିଭୂଷଣ ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ପୈାରାଞ୍ଚଳର ୧ନମ୍ବର ଓ ୨ନମ୍ବର ୱାର୍ଡର ୪୩ଜଣ ହିତାଧିକାରୀଙ୍କୁ ସହରାଞ୍ଚଳ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କାର୍ଯ୍ୟାଦ୍ଦେଶ ବଣ୍ଟନ କରିଥିଲେ । ବିଧାୟକ ଶ୍ରୀ ବେହେରା କହିଥିଲେ ଯେ ପୈାରାଞ୍ଚଳର ସମସ୍ତ ୱାର୍ଡର ଯୋଗ୍ୟ ହିତାଧିକାରୀମାନଙ୍କୁ ଆବାସ ଯୋଜନାରେ ପର୍ଯ୍ୟାୟକ୍ରମେ କାର୍ଯ୍ୟାଦ୍ଦେଶ ବଣ୍ଟନ କରାଯିବ । ଏହି ଅବସରରେ ପୈାରସଂସ୍ଥା କାର୍ଯ୍ୟାଳୟ ପରିସରରେ ନଡିଆ, ପିଜୁଳି, ଆମ୍ବ ଓ ଜାମୁ ପ୍ରଭୃତି ଗଛର ଚାରା ବିଧାୟକ ଶ୍ରୀ ବେହେରା ରୋପଣ କରିଥିଲେ । ଏଥିସହିତ ପ୍ରତ୍ୟେକ ଆବାସ ହିତାଧିକାରୀଙ୍କୁ ୨ଟି କରି ଗଛର ଚାରା ପ୍ରଦାନ କରାଯାଇ ସେଗୁଡିକ ନିଜ ବାଡିରେ ଲଗାଇ ପରିବେଶର ସନ୍ତୁଳନ ରକ୍ଷା କରିବାକୁ ଓ ସବୁଜ ବଳୟର ସୁରକ୍ଷା ପାଇଁ ବିଧାୟକ ଶ୍ରୀ ବେହେରା ଆହ୍ୱାନ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ କେନ୍ଦ୍ରାପଡା ବନାଞ୍ଚଳ ଅଧିକାରୀ ଗୋବିନ୍ଦ ଚନ୍ଦ୍ର ରଥ, ପୂର୍ବତନ ପୋରାଧ୍ୟକ୍ଷ ଧିରେନ ସାହୁ, ରୋସ୍ôନା ସାହୁ, ରାଜ୍ୟ ବିଜେଡି ଯୁଗ୍ମ ସମ୍ପାଦକ(ପରିବେଶ) ରାଜେଶ ପଣ୍ଡା, ରଞ୍ଜିତ ସାହୁ, ସେକ ଚନ୍ଦନ, ସ୍ନେହମୟୀ କର, ଲୋପାମୁଦ୍ରା ବାରିକ, ସୀତାସୁନ୍ଦରୀ ମଲ୍ଲିକ, ପୂର୍ବତନ କାଉନସିଲର ଦେବେନ୍ଦ୍ର ରାଉତ ପ୍ରମୁଖ ଉପସ୍ଥିତ ଥିଲେ । ପୈାରକର୍ମଚାରୀ ଭୂବନମୋହନ କାନୁନଗୋ, ମନୋରଞ୍ଜନ ଦାସ, ସଞ୍ଜୀବ ମହାନ୍ତି, ଅଶୋକ କୁମାର ସାହୁ,ଗଣେଶ କୁମାର ପାତ୍ର, ତପସ୍ୱିନୀ ଦାସ, ସୁଚିସ୍ମିତା ଜେନା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।