ପୈାରସଂସ୍ଥା ପକ୍ଷରୁ ରାସ୍ତା କଡରେ ଥିବା ଗରୀବଲୋକଙ୍କୁ ମାଗଣା ଖାଦ୍ୟ ଯୋଗାଣ
କେନ୍ଦ୍ରାପଡା : ପକ୍ଷରୁ ଆହାର କେନ୍ଦ୍ରରେ ପ୍ରସ୍ତୁତ ରନ୍ଧା ଖାଦ୍ୟ ସହରର ବିଭିନ୍ନ ରାସ୍ତାକଡରେ ଥିବା ଗରୀବ ଲୋକମାନଙ୍କୁ ଆଜି ଯୋଗାଇଦିଆଯାଇଛି । ପୈାରନିର୍ବାହୀ ଅଧିକାରୀ ଦେବ ପ୍ରସାଦ ବଳଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ୬୦ଜଣ ଗରୀବ ଲୋକଙ୍କୁ ଆଜି ଏହି ମାଗଣା ରନ୍ଧାଖାଦ୍ୟ ଯୋଗାଇ ଦିଆଯାଇଥିବା ସୂଚନା ମିଳିଛି । ସେହିପରି ପୈାରସଂସ୍ଥା ଓ ମିଶନଶକ୍ତିର ମିଳିତ ଆନୁକୁଲ୍ୟରେ ସହରର ମାଧପୁରସ୍ଥିତ ସୁରଭି ମହିଳା ସ୍ୱୟଂ ସହାୟିକା ଗୋଷ୍ଠି ଦ୍ୱାରା ପ୍ରସ୍ତୁତ ୨୫ଟଙ୍କିଆ ସୁଲଭ ମୂଲ୍ୟରେ ଶୁକ୍ରବାର ମଧ୍ୟାହ୍ନରେ ୭୪ଜଣ ଓ ଶୁକ୍ରବାର ରାତିରେ ୭୦ଜଣ ଏବଂ ଶନିବାର ମଧ୍ୟାହ୍ନରେ ୮୦ଜଣଙ୍କୁ ରନ୍ଧାଖାଦ୍ୟ ପ୍ୟାକେଟ ଯୋଗାଇ ଦିଆଯାଇଥିବା ସୂଚନା ମିଳିଛି ।