ପୈାରାଞ୍ଚଳ ୧୮ନଂ ୱାର୍ଡରେ କାଉନସିଲର ପାଇଁ ଆଶାୟୀ ଅଫସର ଶେଖ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :-ରାଜ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ ପୈାରନିର୍ବାଚନ ପାଇଁ ବିଗୁଲ ବାଜିବା ପରେ କେନ୍ଦ୍ରାପଡା ପୈାରାଞ୍ଚଳର ବିଭିନ୍ନ ୱାର୍ଡରେ ବିଜୁ ଜନତା ଦଳରୁ କାଉନସିଲର ପ୍ରାର୍ଥୀ ହେବାକୁ ବହୁ ଯୁବକ ଆଶାୟୀ ହୋଇପଡିଥିବା ଦେଖିବାକୁ ମିଳିଛି । ସେଥିମଧ୍ୟରୁ ପୈାରାଞ୍ଚଳର ୱାର୍ଡ ନମ୍ବର ୧୮ରୁ ଉଚ୍ଚଶିକ୍ଷିତ ଯୁବକ ଅଫସର ଶେଖ ବିଜୁ ଜନତା ଦଳରୁ କାଉନସିଲର ପ୍ରାର୍ଥୀ ହେବାକୁ ମନ ବଳାଇଥିବା ଜଣାପଡିଛି । ଇଣ୍ଡୁସିଣ୍ଡ ବ୍ୟାଙ୍କରେ ୫ବର୍ଷ ଧରି ମାର୍କେଟିଙ୍ଗ ଏକଜିକ୍ୟୁଟିଭ ଭାବେ ଓ ସେହି ବ୍ୟାଙ୍କର ମାର୍କେଟିଂ ଅଫିସର ଭାବେ ପୂର୍ବରୁ କାର୍ଯ୍ୟ କରିଥିବା ଅଫସର ଏବେ ସେହି ବ୍ୟାଙ୍କର ବିଜନେସ ଏକଜିକ୍ୟୁଟିଭ ଭାବେ କାର୍ଯ୍ୟରତ ଅଛନ୍ତି । ଗତ ୫ବର୍ଷ ଧରି ବିଜୁ ଜନତା ଦଳରେ ବିଭିନ୍ନ ସାମାଜିକ କାର୍ଯ୍ୟ ସହିତ ଅଫସରଙ୍କ ସଂପୃକ୍ତି ରହିଛି । ସେ ଚଳିତ ନିର୍ବାଚନରେ କେନ୍ଦ୍ରାପଡା ପୈାରାଞ୍ଚଳର ୱାର୍ଡ ନମ୍ବର ୧୮ରୁ ବିଜେଡିରୁ କାଉନସିଲର ଭାବେ ଲଢିବାକୁ ଦଳର ମୁଖ୍ୟଙ୍କୁ ଆବେଦନ କରିଥିବା ସୂଚନା ଦେଇଛନ୍ତି । ଅଫସର ଗତ କରୋନା ସମୟରେ ଗରିବ ଲୋକମାନଙ୍କୁ ଶୁଖିଲା ଖାଦ୍ୟ ବାଣ୍ଟିବା ସହ ମାସ୍କ ଓ ସାନିଟାଇଜର ମଧ୍ୟ ବଣ୍ଟନ କରିଥିଲେ । ସେ ଜଣେ ଦରଦୀ ବନ୍ଧୁ ଭାବେ ସାଧାରଣରେ ପରିଚିତ ହାସଲ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ