ପୈାରାସଂସ୍ଥା ପକ୍ଷରୁ ୧୨ନମ୍ବର ୱାର୍ଡରୁ ପମ୍ପ ଯୋଗେ ବର୍ଷାଜଳ ନିଷ୍କାସନ ଆରମ୍ଭ
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : ପୈାରାଚଂଳ ଅନ୍ତର୍ଗତ ୧୨ ନମ୍ବର ୱାର୍ଡ ଅନ୍ତର୍ଗତ ହଜାରୀବଗିଚା ଗ୍ରାମବାସୀଙ୍କ ପକ୍ଷରୁ ସେହି ଅଂଚଳରୁ ଉଦବୃତ୍ତ ବର୍ଷାଜଳ ନିଷ୍କାସନ କରାଯିବା ନିମନ୍ତେ ପୈାରନିର୍ବାହୀ ଅଧିକାରୀଙ୍କୁ ନିବେଦନ କରାଯାଇଥିଲା । ସେହି ୱାର୍ଡ ଅନ୍ତର୍ଗତ ତଳିଆ ଅଂଚଳରେ ଥିବା ଲୋକମାନେ ପାଣି ଘେର ଭିତରେ ରହିଥିବା ସହ ସେମାନଙ୍କ ଘରେ ମଧ୍ୟ ବର୍ଷା ପଶି ଯାଇଥିଲା । ରବିବାର ୧୨ ନମ୍ବର ୱାର୍ଡ ଅନ୍ତର୍ଗତ ହଜାଦରୀବଗିଚା ଗ୍ରାମର ଆଇଡିଆଲ ସ୍କୁଲ ନିକଟରେ ପୈାରନିର୍ବାହୀ ଅଧିକାରୀ ଦେବ ପ୍ରସାଦ ବଳ ନିଜେ ଉପସ୍ଥିତ ରହି ପୈାର କର୍ମଚାରୀମାନଙ୍କ ସହଯୋଗରେ ସ୍ଥାନୀୟ ଅଗ୍ନିଶମ ବିଭାଗର ପାଣିପମ୍ପ ଲଗାଇ ଉଦବୃତ୍ତ ଜଳ ନିଷ୍କାସନ କାର୍ଯ୍ୟ ଆରମ୍ଭ କରାଯାଇଥିବା ଦେଖାଯାଇଛି । ସଂପୃକ୍ତ ଅଂଚଳର ଲୋକମାନେ ପୈାରନିର୍ବାହୀ ଅଧିକାରୀ ଶ୍ରୀ ବଳଙ୍କୁ ଏଥିନିମନ୍ତେ କୃତଜ୍ଞତା ଜଣାଇଛନ୍ତି ।