ପୈାର ଦୃଷ୍ଟିବାଧିତ ବିଦ୍ୟାଳୟରେ ଲୁଇସ ବ୍ରେଲ ଜୟନ୍ତୀ ପାଳିତ

କେନ୍ଦ୍ରାପଡା – କେନ୍ଦ୍ରାପଡା ସହରର ଅଯୋଦ୍ଧ୍ୟାନଗରସ୍ଥିତ ପୈାରସଂସ୍ଥା ଦୃଷ୍ଟିବାଧିତ ଭିନ୍ନକ୍ଷମ ବିଦ୍ୟାଳୟରେ ଲୁଇସବ୍ରେଲଙ୍କ ୨୧୧ ତମ ଜୟନ୍ତୀ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ବିଦ୍ୟାଳୟର ଅଧ୍ୟକ୍ଷ ସ୍ୱପ୍ନାଶୁ କୁମାର ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ କେନ୍ଦ୍ରାପଡା ପୈାରସଂସ୍ଥାର ନିର୍ବାହୀ ଅଧିକାରୀ ଦେବ ପ୍ରସାଦ ବଳ ମୁଖ୍ୟ ଅତିଥି, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଉଦୟ ନାଥ ଜେନା ମୁଖ୍ୟବକ୍ତା, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଡା.ବି.କେ.ଦାସ, ସମାଜସେବୀ ତଥା ସମୀର ଟିଭିଏସର ପରିଚାଳନା ନିର୍ଦେଶକ ସମିର କୁମାର ଚାନ୍ଦ ଓ ସମାଜସେବୀ କ୍ଷୀରୋଦ କୁମାର କର ସମ୍ମାନୀତ ଅତିଥି ଓ ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ପ୍ରଭାସ ଚନ୍ଦ୍ର ଦାସ ସମ୍ମାନୀତ ବକ୍ତା ଭାବେ ଯୋଗଦେଇ ଲୁଇସ ବ୍ରେଲଙ୍କ ଜୀବନୀ,ଦୃଷ୍ଟିହୀନଙ୍କ ପ୍ରତି ତାଙ୍କର ଅବଦାନ ଓ ବ୍ରେଲି ଲିପିର ଉଦଭାବନ ଦ୍ୱାରା ଦୃଷ୍ଟିବାଧିତ ଭିନ୍ନକ୍ଷମମାନେ କିଭଳି ବିଶେଷ ଭାବରେ ଉପକୃତ ହୋଇପାରିଛନ୍ତି ସେ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ଏଥି ସହିତ ପୈାର ଦୃଷ୍ଟିବାଧିତ ବିଦ୍ୟାଳୟର ଅସମ୍ପୂର୍ଣ୍ଣ ଥିବା ପାଚେରୀ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ କରାଯିବା ସମ୍ପର୍କରେ ପୈାର ନିର୍ବାହୀ ଅଧିକାରୀ ପ୍ରତିଶୃତି ଦେବା ସହ ଖୁବ ଶ୍ରଘ୍ର ବିଦ୍ୟାଳୟ ପରିସରରେ ଏକ ସେନସରିଂ ପାର୍କ ନିର୍ମାଣ ହେବାକୁ ଯାଉଥିବା ପୈାର ନିର୍ବାହୀ ଅଧିକାରୀ ଶ୍ରୀ ବଳ ପ୍ରକାଶ କରିଥିଲେ । ଏହି ଅବସରରେ ଜନ୍ମରୁ ଦୃଷ୍ଟିବାଧିତ ଭିନ୍ନକ୍ଷମ ସୁଶାନ୍ତ କୁମାର ନାୟକଙ୍କୁ ତାଙ୍କର ଉଲ୍ଲେଖନୀୟ ଅବଦାନ ପାଇଁ ମାନପତ୍ର,ପୁଷ୍ପଗୁଛ ଓ ଉପଢୈାକନ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା ଓ ବିଦ୍ୟାଳୟରେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାର କୃତି ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ଅତିଥିମାନେ ଲୁଇସ ବ୍ରେଲିଙ୍କ ଫଟୋଚିତ୍ରରେ ପୁଷ୍ପଗୁଛ ପ୍ରଦାନ କରିବା ପରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ସ୍ୱାଗତ ସଂଗୀତ ଗାନ କରିଥିଲେ । ସହକାରୀ ଶିକ୍ଷକ ବଟକୃଷ୍ଣ ବାରିକ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ସହକାରୀ ଶିକ୍ଷକ ଅରୁଣ କୁମାର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ । ବିଦ୍ୟାଳୟର କର୍ମଚାରୀ ଓ ସମୀର ଟିଭିଏସର କର୍ମଚାରୀମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହାୟତା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ