ପୋଖରୀରୁ ବୃଦ୍ଧଙ୍କ ମୃତଦେହ ଉଦ୍ଧାର
ହିଞ୍ଜିଳିକାଟୁ,(ଶେଷଦେବ ସାହୁ): ହିଞ୍ଜିଳି ଥାନା ଅଧିନ ଶାସନ ଆମ୍ବ ଗାଁ ସାପୁଆ ପୋଖରୀରୁ ଶୁକ୍ରବାର ଜଣେ ବୃଦ୍ଧଙ୍କ ମୃତ୍ୟୁ ଦେହ ଉଦ୍ଧାର କରାଯାଇଛି । ମୃତକ ଜଣକ ପରିଚୟ ହିଂଜିଳି ଥାନା ଦୟାପଲ୍ଲୀ ଗ୍ରାମର ମୋଚିରାମ ଦାସ (୨୬) । ମିଳିଥିବା ସୂଚନା ଅନୁଯାୟୀ ବୁଧବାର ଦିନ ସ୍ଥାନୀୟ ଥାନା ଶାସନ ଆମ୍ବଗାଁର ଶଳା ଉଦୟ ଦାସଙ୍କ ମୃତ୍ୟୁ ଖବର ଶୁଣି ଗୁରୁବାର ମୋଚିରାମ ଶଶ୍ୱୁର ଘରକୁ ଆସିଥିଲେ । ମୋଚିରାମ ଗୁରୁବାର ଅପରାହ୍ନ ସମୟ ଠାରୁ ଆଉ ତାଙ୍କର ପତ୍ତା ମିଳିନଥିଲା । ପରିବାର ଲୋକ ତରଫରୁ ବହୁ ଖୋଜା ଖୋଜି ପରେ ତାଙ୍କର ପତ୍ତା ମିଳିପାରିନଥିଲା । ଶୁକ୍ରବାର ଗ୍ରାମ ପୋଖରୀରେ ଭାସ ମାନ ଅବସ୍ଥାରେ ବୃଦ୍ଧଙ୍କ ମୃତ ଦେହ ଦେଖି ପରିବାର ଲୋକଙ୍କୁ ଖବର ଦେଇଥିଲେ । ପରିବାର ଲୋକେ ସ୍ଥାନୀୟ ପୋଲିସକୁ ଖବର ଦେବା ପରେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ କରିବା ସହ ମୃତଦେହ କୁ ଜବତ କରିଥିବା ବେଳେ ଶବ ପଂଚନାମା ନିମନ୍ତେ ବ୍ରହ୍ମପୁର ମେଡିକାଲକୁ ଶନିବାର ପଠାଯିବ ବୋଲି ଥାନା ଆଇଆଇସି ଅଭିମନ୍ୟୁ ଦାସ ସୂଚନା ଦେଇଛନ୍ତି । ଅନ୍ୟ ପଟେ ବୃଦ୍ଧଙ୍କ କୈାଣସି କାରଣରୁ ଏଭଳି ଏକ ଅଭାବନୀୟ ଘଟଣା ଘଟିଲା ତାହା ସ୍ପଷ୍ଟ ଜଣାପଡିନାହିଁ ।


