ପୋଖରୀରୁ ବୃଦ୍ଧଙ୍କ ମୃତ ଦେହ ଉଦ୍ଧାର
ଭଦ୍ରକ: ଭଦ୍ରକ ଜିଲ୍ଲା ଧାମନଗର ଥାନା ଖଡିପଦା ପଂଚାୟତସ୍ଥତ କାଂଜିଆପାଳର ଏକ ପୋଖରୀରୁ ରବିବାର ସକାଳେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଦେହ ଉଦ୍ଧାର କରାଯାଇଛି । ମୃତକ ଜଣକ ପରିଚୟ ପୂର୍ଣ୍ଣଚନ୍ଦ୍ର ପୃଷ୍ଟି । ତାଙ୍କୁ କେହି ହତ୍ୟା କରିଥିବା ତାଙ୍କର ପରିବାର ଲୋକେ ଅଭିଯୋଗ କରିଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ରବିବାର ଭୋର ସକାଳେ ବୃଦ୍ଧଙ୍କ ମୃତ ଦେହ ପୋଖରୀରେ ଭାସୁଥିବାର ଦେଖି କିଛି ଲୋକ ଥାନାକୁ ଖବର ଦେଇଥିଲେ । ପୋଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ତାଙ୍କ ପିଠିରେ ଆଘାତ ଲାଗିଥିବାରୁ ତାଙ୍କୁ କେହି ପିଟି ପିଟି ହତ୍ୟା କରିଥିବା ଅନୁମାନ କରାଯାଉଛି ।