ପୋଖରୀରୁ ବୃଦ୍ଧଙ୍କ ମୃତ ଦେହ ଉଦ୍ଧାର
ସନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ ) : ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ସିଙ୍ଗିପୁର ଗ୍ରାମ ନୂଆ ସାହିରାଜି ପୋଖରୀରୁ ଜଣେ ବୃଦ୍ଧଙ୍କ ମୃତ ଦେହ ଉଦ୍ଧାର କରାଯାଇଛି l ସେ ହେଲେ ପଦ୍ମପୁର ଗ୍ରାମର ଏସ ଉଲା ଦୋରା l ଉଲା ସକାଳ ୬ ଟାରେ ପୋଖରୀକୁ ଗାଧେଇବା ପାଇଁ ଯାଇଥିବା ବେଳେ ଅସାବଧାନତା କାରଣରୁ ପୋଖରୀ ଭିତରକୁ ଚାଲିଯାଇଥିଲେ l ଉଲା ଘରକୁ ନଫେରିବାରୁ ପରିବାର ଲୋକେ ପୋଖରୀକୁ ଯାଇ ଖୋଜାଖୋଜି କରିଥିଲେ ଉଲା ପୋଖରୀ ରୁ ନ ଫେରିଥିବାରୁ ସ୍ଥାନୀୟ ଲୋକ ଦିଗପହଣ୍ଡି ଅଗ୍ନିଶମ ବିଭାଗ ଙ୍କୁ ଜଣାଇବା ପରେ ଅଗ୍ନିଶମ କର୍ମଚାରୀଙ୍କୁ ପୋଖରୀ ରୁ ଉଲାଙ୍କ ଉଦ୍ଧାର କରି ଦିଗପହଣ୍ଡି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ l ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ l ପାଟପୁର ପୋଲିସ ଡାକ୍ତର ଖାନରେ ପହଞ୍ଚି ମୃତ ଦେହ ଜବତ କରି ଏକ ଅପମୃତ ମାମଲା ନଂ ୦୪/୨୧ ରୁଜୁ କରି ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଶବ ବ୍ୟବଚ୍ଛେଦ କରିବା ପରେ ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରିଥିଲେ l