ପୋଖରୀରେ ବୁଡି ନାବାଳିକା ମୃତ

ରାଇରଙ୍ଗପୁର, (ଅକ୍ଷୟ କୁମାର ବିଶ୍ୱାଳ):ମୟୂରଭଂଜ ଜିଲ୍ଲାର ସିମାନ୍ତ ତିରିଂ ଥାନା ଅନ୍ତର୍ଗତ ଜଙ୍ଘିଆ ଗାଁ ପୋଖରୀରେ ଶୁକ୍ରବାର ଦିନ ମଧ୍ୟାହ୍ନରେ ପାଣିରେ ବୁଡି ମୃତ ହୋଇଥିବା ଭଳି ଅଭାବନୀୟ ଘଟଣା ଘଟିଯାଇଛି । ସୂଚନାଯୋଗ୍ୟ ଯେ ଜଙ୍ଘିଆ ଗ୍ରାମର ଜାମ୍ଭିର ବୁଳିଓଲିଙ୍କ ୧୦/୧୨ ବର୍ଷିୟା ଝିଅ ବିଜେ ବୁଳିଓଲି ପୋଖରୀରେ ଶୌଚ କରୁଥିବା ସମୟରେ ଅସାବଧାନତା ରେ ପାଣିରେ ବୁଡି ଯାଇଥିଲେ ।ପରେ ଗ୍ରାମବାସୀ ଉଦ୍ଧାର କରି ରାଇରଙ୍ଗପୁର ହସ୍ପିଟାଲକୁ ପଠାଇଥିଲେ । ଡାକ୍ତର ମୃତ ଘୋଷଣା କରିଥିଲେ । ପୋଲିସ ଶନିବାର ଦିନ ଅପମୃତ୍ୟୁ ମାମଲା ରୁଜୁ କରି ପଞ୍ଚନାମା କରି ପରିବାରବର୍ଗଙ୍କୁ ହସ୍ତାନ୍ତର କରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ