ପୋଖରୀରେ ବୁଡି ବୃଦ୍ଧ ଙ୍କ ମୂତ୍ୟୁ

ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ) :ସାନଖେମୁଣ୍ଡି ବ୍ଲକ ଖଲିଙ୍ଗି ପଞ୍ଚାୟତ  ବେଢ଼ା ବନ୍ଧ ପୋଖରୀରେ ଶନିବାର ମଧ୍ୟାହ୍ନରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଥିବା ବେଳେ ଦିଗପହଣ୍ଡି ଅଗ୍ନିଶମ ବିଭାଗ ପକ୍ଷରୁ ପୋଖରୀରୁ ଉଦ୍ଧାର କରାଯାଇଥିବା ଜଣାପଡିଛି । ମୃତ ବୃଦ୍ଧ ଜଣକ ହେଲେ ପାଟପୁର ଥାନା ଗୁଣସାଗର ଗ୍ରାମର ରାଜୁ ମହାନ୍ତି ( ୬୨) ବୋଲି ସୂଚନା ମିଳିଛି ।  ବୃଦ୍ଧ ଜଣକ ଖଲିଙ୍ଗି ନିଜ ଝିଅ ଘରକୁ ଯାଇଥିଲେ  ମଧ୍ୟାହ୍ନ ସାଢେ ୧ ଘଣ୍ଟା ସମୟରେ ନିକଟସ୍ଥ ପୋଖରୀକୁ ଶୌଚ ନିମନ୍ତେ ଯାଇଥିବା ବେଳେ ସାଙ୍ଗରେ ୧୦ ବର୍ଷର ନାତିକୁ ଧରି ଯାଇଥିଲେ । ତେବେ ପୋଖରୀରେ ଗାଧୋଇବା ସମୟରେ ଅସାବଧାନତା କାରଣରୁ ପୋଖରୀରେ ବୁଡି ଯାଇଥିବା ବେଳେ ନାତିର ଚିତ୍କାର ଶୁଣି ଆଖପାଖ ଲୋକ ଦୌଡି ଆସିଥିଲେ । ଏହାପରେ ଗ୍ରାମବାସୀ ଦିଗପହଣ୍ଡି ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଖବରପାଇ ଅଗ୍ନିଶମ ବିଭାଗ କେନ୍ଦ୍ରାଧିକାରୀ ପ୍ରଫୁଲ୍ଲ କୁମାର ବେହେରାଙ୍କ ନେତୃତ୍ବରେ ମୁଖ୍ୟ ଆଗ୍ନିକ ରାଜେନ୍ଦ୍ର ନାରାୟଣ ଦାସ ସମେତ କର୍ମଚାରୀ ମାନେ ଘଟଣାସ୍ଥଳରେ ପହଞ୍ଚି ବହୁ ଖୋଜାଖୋଜି ପରେ ପୋଖରୀ ଭିତରୁ ବୃଦ୍ଧଙ୍କୁ ଉଦ୍ଧାର କରି ନିକଟସ୍ଥ ଆଡପଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଇଥିଲେ । ତେବେ ସେଠାରେ ଉପସ୍ଥିତ ଡାକ୍ତର ମୃତ ଘୋଷଣା କରିଥିଲେ । ଏନେଇ ପାଟପୁର ପୋଲିସ ସ୍ବାସ୍ଥ୍ୟ କେନ୍ଦ୍ରରେ ପହଞ୍ଚି ମୃତଦେହ ଜବତ କରିବା ସହ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ବଡମେଡିକାଲ ପଠାଇ ଦେଇଥିବା ଜଣାପଡିଛି ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ