ପୋଖରୀରେ ବୁଡି ୬ବର୍ଷ ଶିଶୁ ମୃତ

ଅନୁଗୋଳ (ଯୁଗାବ୍ଦ ନ୍ୟୁଜ) : ଅନୁଗୋଳ ଜିଲା ଛେଣ୍ଡିପଦା ଗ୍ରାମର ଏକ ପୋଖରୀରୋ ବୁଡି ଏକ ଶିଶୁପ୍ରାଣ ହରାଇଛି । ବରସାହି ଗ୍ରାମର ପ୍ରକାଶ ମହାପାତ୍ରଙ୍କ ୬ ବର୍ଷର ପୁଅ ସତ୍ୟ ମହାପାତ୍ର ଘର ନିକଟରେ ଥିବା ପୋଖରୀରେ ଗାଧୋଇଲା ବେଳେ ଗୋଡ ଖସିଯିବାରୁ ପାଣି ଭିତରେ ବୁଡି ଯାଇଥିଲା । ପୋଖରୀକୁ ଗାଧୋଇବାକୁ ଯାଇଥିବା କିଛି ବ୍ୟକ୍ତି ବହୁ ଖୋଜା ଖୋଜି କରିଲା ପରେ ଶିଶୁ ଟିକୁ ଉଦ୍ଧାର କରି ନିକଟସ୍ଥ ବାଗଡିଆ ମେଡିକାଲରେ ଭର୍ତ୍ତକରିଥିଲେ । ଶିଶୁଟିର ଅବସ୍ଥା ଗୁରୁତର ଥିବାରୁ ଶିଶୁଟିକୁ ଛେଣ୍ଡିପଦା ଗୋଷ୍ଠି ସ୍ୱାସ୍ଥ କେନ୍ଦ୍ରକୁ ପଠାଇଦେଇଥିଲେ । ହେଲେ ସେଠାରେ ଡାକ୍ତର ଶିଶୁଟିକୁ ମୃତ ଘୋଷଣା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ