ପୋଖରୀରେ ବୁଡି ୬୮ ବର୍ଷୀୟା ବୃଦ୍ଧା ମୃତ

ଛତ୍ରପୁର, (ଦେବଦତ୍ତ ମହାରଣା) :ଛତ୍ରପୁର ବ୍ଲକ ଅନ୍ତର୍ଗତ ଚିକଳଖଣ୍ଡି ଗ୍ରାମରେ ପୋଖରୀରେ ବୁଡି ଜଣେ ବୃଦ୍ଧାଙ୍କ ମୃତ୍ୟୁ ଘଟିଛି । ମୃତ ବୃଦ୍ଧା ଜଣକ ହେଲେ ସେହି ଗ୍ରାମର ସାଇବାଣି ମହାରଣା (୬୮) । ମିଳିଥିବା ସୂଚନା ମୁତାବକ ସାଇବାଣି ସୋମବାର ସକାଳୁ ଗାଧେଇବା ପାଇଁ ଗ୍ରାମରେ ଥିବା ପୋଖରିକୁ ଯାଇଥିବା ବେଳେ ହଠାତ୍ ତାଙ୍କ ଗୋଡ ଖସିଯିବାରୁ ଗଭୀର ପାଣିରେ ବୁଡି ତାଙ୍କର ମୃତ୍ୟୁ ହୋଇଯାଇଛି । ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଘଟଣାର ଖବର ପାଇ ଛତ୍ରପୁର ଥାନାର ସବ ଇନ୍ସିପେକ୍ଟର ସିଲୁ ଧଳ ଚିକିତ୍ସାଳୟରେ ପହଂଚି ଶବ ଜବତ କରିବା ସହିତ ଶବ ବ୍ୟବଚ୍ଛେଦ ନିମନ୍ତେ ପଠାଇଛନ୍ତି । ଏନେଇ ଛତ୍ରପୁର ଥାନାରେ ୧/୨୦୨୨ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ