ପୋଖରୀରେ ବୁଡି ୭ ବର୍ଷର ନାବାଳକଙ୍କ ମୃତ୍ୟୁ : ଜଣେ ଆହାତ

ଛତ୍ରପୁର, (ଦେବଦତ୍ତ ମହାରଣା) :-ଛତ୍ରପୁର ଥାନା ଅନ୍ତର୍ଗତ ହୁମର ଗ୍ରାମରେ ଆଜି ଏକ ଅଭାବନୀୟ ଘଟଣା ଘଟିଥିବା ଦେଖିବାକୁ ମିଳିଛି । ହୁମର ଗ୍ରାମରେ ଥିବା ପିଲି ଖାଇ ପୋଖରୀକୁ ଗାଧେଇବାକୁ ଯାଇ ଏକ ୭ ବର୍ଷର ନାବାଳକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମୃତ ନାବାଳକ ଜଣକ ଖଣ୍ଡଦେଉଳି ଅଂଚଳର ବିଜୟ କୁମାର ଗୌଡ ଙ୍କ ୭ ବର୍ଷର ପୁଅ ଆଦିତ୍ୟ କୁମାର ଗୌଡ । ମିଳିଥିବା ସୂଚନା ଅନୁଯାୟୀ , ହୁମର ଗ୍ରାମରେ ଆଦିତ୍ୟଙ୍କ ଜଣେ ସମ୍ପର୍କୀୟଙ୍କ ମୃତ ଖବର ପାଇ ତାଙ୍କ ଅନ୍ତେଷ୍ଟିକ୍ରିୟା ପାଇଁ ହୁମର ଗ୍ରାମକୁ ଆସିଥିବା ବେଳେ ଆଦିତ୍ୟ ଗୌଡ ଓ ଉକ୍ତ ଗ୍ରାମର ସାଇ ପଲାଇ ନାମକ ଜଣେ ନାବାଳକ ଗ୍ରାମରେ ଥିବା ପିଲିଖାଇ ପୋଖରୀକୁ ଗାଧେଇବାକୁ ଯାଇଥିବା ବେଳେ ହଠାତ୍ ଗୋଡ ଖସି ଯିବାରୁ ଆଦିତ୍ୟଙ୍କ ମୃତ୍ୟୁ ଘଟିଥିଲା ଏବଂ ସାଇ ପଲାଇ ଗୁରୁତର ଅବସ୍ଥାରେ ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି । ଘଟଣାର ଖବର ପାଇ ଛତ୍ରପୁର ପୋଲିସ୍ ଘଟଣା ସ୍ଥଳରେ ପହଂଚି ଶବ ଜବତ କରିବା ସହିତ ତଦନ୍ତ ଜାରି ରଖିଛି । ଘଟଣା ପ୍ରକଟ ହେବା ପରେ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳିଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ