ପୋଖରୀ ପାଣିରେ ବୁଡି ନାବାଳକ ଦୁଇ ଭାଇଙ୍କ ମୃତ୍ୟୁ

ବୁଗୁଡ଼ା, (ଅନିଲ କୁମାର ମହାରଣା):ଅତ୍ୟନ୍ତ ଦୁଃଖଦ ଘଟଣା। ବୁଗୁଡ଼ା ବ୍ଲକ ଅନ୍ତର୍ଗତ ଖୋଳଖାଳି ଗ୍ରାମର ନାବାଳକ ଦୁଇ ଭାଇ ଏପ୍ରିଲ ୨୪ ତାରିଖ ଅବରାହ୍ନରେ ପୋଖରୀ ପାଣିରେ ବୁଡି ମୃତ୍ୟୁ ବରଣ କରିଥିବା ଜଣାଯାଇଛି l ରଙ୍କନିଧି ଗୌଡ ଙ୍କ ଦୁଇ ପୁତ୍ର ପୃଥିରାଜ ଗୌଡ଼ (୧୨) ଅର୍ଜୁନ ଗୌଡ଼ (୮) ନିଜର ଜେଜେ ବାପାଙ୍କ ସହ ସୋଲ ପୋଖରୀକୁ ଯାଇଥିଲେ l ପୋଖରୀ ହିଡରେ ଦୁଇ ନାତିକୁ ବସାଇ ଜେଜେ ବାପା ଶୌଚ ପାଇଁ କିଛି ଦୂରକୁ ଯାଇଥିଲେ l ଜେଜେ ବାପା ଶୌଚ କରି ଫେରିବା ମଧ୍ୟରେ ଦୁଇ ଭାଇ ପାଣିକୁ ଯାଇ ବୁଡି ଯାଇଥିଲେ l ଜେଜେ ବାପା ଆସି ନାତି ମାନଙ୍କୁ ନଦେଖି ଖୋଜା ଖୋଜି କରିବା ପରେ ଗ୍ରାମ ଲୋକଙ୍କ ସହାୟତାରେ ଉଭୟଙ୍କୁ ପାଣି ଭିତରୁ ଉଦ୍ଧାର କରି ସନ୍ଧ୍ୟା ଛଅଟା ସମୟରେ ବୁଗୁଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ l ଡାକ୍ତର ପରୀକ୍ଷା କରି ଉଭୟ ଭାଇଙ୍କୁ ମୃତ ଘୋଷଣା କରିଥିଲେ l ଏହି ଦୁଃଖଦ ଖବର ଶୁଣିବା ପରେ ଅଞ୍ଚଳରେ ଥିବା ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ସଙ୍ଗେ ସଙ୍ଗେ ମେଡିକାଲକୁ ଯାଇ ଶୋକ ସନ୍ତପ୍ତ ପରିବାରକୁ ଭେଟି ସମବେଦନା ଜଣାଇଥିଲେ। ବୁଗୁଡ଼ା ପୋଲିସ ପହଁଚି ମର ଶରୀର ଜବତ କରି ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଳାଇଥିବା ବେଳେ ଏପ୍ରିଲ ୨୫ ତାରିଖ ଦିନ ଦୁଇ ମର ଶରୀରକୁ ଶବ ବ୍ୟବଚ୍ଛେଦ ପାଇଁ ପଠାଯିବ ବୋଲି ଜଣାପଡିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ