ପୋଖରୀ ରେ ବୁଡି ମହିଳାଙ୍କ ମୃତ୍ୟୁ
ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ):ସାନଖେମୁଣ୍ଡି ବ୍ଲକ ଏସ. ଗୋପାଳପୁର ପଞ୍ଚାୟତ ପାଟପୁର ଥାନା ଅନ୍ତର୍ଗତ ପ୍ରତାପଗିରି ଗ୍ରାମର ଲିଲି ନାୟକ (୩୩) ଆଜି ସକାଳୁ ସେହି ଗ୍ରାମର ନୂଆ ବନ୍ଧକୁ ଶୌଚ ଯାଇଥିବା ସମୟରେ ଦୁର୍ଘଟଣା ବଶତଃ ପାଣି ରେ ବୁଡି ଯାଇ ପ୍ରାଣ ହରାଇଥିବାର ସୂଚନା ମିଳିଛି। ଖବର ପାଇବା ପରେ ସରପଞ୍ଚ ନିରାକାର ପ୍ରଧାନ ଗ୍ରାମବାସୀ ଙ୍କ ସହଯୋଗ ରେ ୧୦୮ ଆମ୍ବୁଲାନ୍ସ ଡକାଇ ଗ୍ରାମ ବାସୀଙ୍କ ସହଯୋଗରେ ଶେରଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇ ଥିଲେ ମଧ୍ୟ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।ଖବର ପାଇ ପାଟପୁର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ବଡ ମେଡିକାଲ ପଠାଇଥିବା ଜଣାପଡିଛି ।ଏନେଇ ଅପମୃତ୍ୟୁ ମାମଲା ରୁଜୁ ହୋଇଥିବା ଜଣାପଡିଛି।


